ମେଷ: ଆଗକୁ ବଢ଼ି ଚାଲନ୍ତୁ, ପରିସ୍ଥିତି ଆପଣଙ୍କ ପକ୍ଷରେ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। ସମୟ ସହ ବିବାହିତଙ୍କ ମଧ୍ୟରେ ପ୍ରେମ ବଢ଼ିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କୁ ଲାଭ କରିବାର କିଛି ସୁଯୋଗ ମିଳିବ। ଆତ୍ମୀୟଙ୍କ ଠାରୁ ଶୁଭ ଖବର ପାଇବେ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ।
ମିଥୁନ: ଭଲ ପ୍ରଦର୍ଶନର ପ୍ରଭାବ କ୍ୟାରିୟର ଉପରେ ପଡ଼ିବ। ବେପାରୀଙ୍କୁ ଲାଭ ମିଳିବ। ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗି ପାରନ୍ତି।
କର୍କଟ: ନୂଆ ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିପାରନ୍ତି। ସରକାରୀ କ୍ଷେତ୍ରରେ ସ୍ଥଗିତ ଥିବା କାମ ସ˚ପୂର୍ଣ୍ଣ ହେବ। ବାହନ କିଣିବା ଲାଗି ଦିନଟି ଶୁଭ।
ସି˚ହ: ପରିବାରରେ ଆପଣଙ୍କ ସ୍ବଭାବର ପ୍ରଶ˚ସା ହେବ। ଭାଗୀଦାର କାରବାରରେ ଲାଭ ପାଇବେ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
କନ୍ୟା: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ଆର୍ଥିକ ଲାଭ ମିଳିବା ହେତୁ ମନ ଖୁସି ରହିବ। ଓକିଲଙ୍କୁ ନୂଆ ମକଦ୍ଦମା ମିଳିପାରେ।
ତୁଳା: ଆପଣଙ୍କର ଆତ୍ମବିଶ୍ବାସ ଦୃଢ଼ ରହିବ। ବନ୍ଧୁଙ୍କ ସହିତ ସମ୍ବନ୍ଧ ମଧୁର ହେବ। ସୁସମ୍ବାଦ ପାଇବେ। ପରିବାରରେ ଏକତା ଓ ପ୍ରେମ ବଢ଼ିବ।
ବିଛା: ଖୁସ୍ ମିଜାଜରେ ରହିବେ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।
ଧନୁ: କାର୍ଯ୍ୟକ୍ଷେତ୍ରରେ ଭଲ ନୀତି ତିଆରି କରି କାମ କରିବେ। ନୂଆ ଲୋକଙ୍କ ସହିତ ବ୍ୟବହାରିକ ସମ୍ବନ୍ଧ ଗଢ଼ିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ରହିବ।
ମକର: ବଜାରକୁ ଯିବା ବାଟରେ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ଉନ୍ନତିର ନୂଆ ମାର୍ଗ ଖୋଲିପାରେ। ପାରିବାରିକ ଜୀବନ ସୁଖକର ହେବ।
କୁମ୍ଭ: ପୂଜାପାଠରେ ମନକୁ ଶାନ୍ତି ମିଳିବ। କୌଣସି କାମ ନେଇ ଯୋଜନା କରିପାରନ୍ତି। ଶିକ୍ଷକ ଓ ଲେଖକଙ୍କ ଲାଗି ଦିନଟି ଭଲ ରହିବ।
ମୀନ: ଅଧିକ ସମୟ ଆତ୍ମଚିନ୍ତନରେ ବିତିବ। କୌଣସି କାମ ପାଇଁ ସରକାରୀ ଅଫିସକୁ ଯା’ଆସ କରିବେ। ବ୍ୟବସାୟରେ ଅ˚ଶୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ।