ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆର୍ଥିକ ପ୍ରଗତି ଓ ସଫଳତା ପାଇବାର ଦିନଟିଏ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ସମାଜରେ ପ୍ରତିଷ୍ଠା ବଢ଼ିବ। ଘରେ ଧାର୍ମିକ ସମାରୋହର ଆୟୋଜନ କରିପାରନ୍ତି। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ମାଆ ରାମଚଣ୍ତୀ।

ବୃଷ: ଦିନଟି ଆପଣଙ୍କ ଲାଗି ଶୁଭ। ଆପଣଙ୍କ ଜୀବନ ଲାଗି ଖାସ୍‌ କାମ ମିଳିପାରେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ପ୍ରେମ ସ˚ପର୍କରେ ମଧୁରତା ଆସିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆଜିର ଦିନଟି ପୂର୍ବ ଦିନ ଅପେକ୍ଷା ଭଲ ରହିବ। ଲାଗିରହିଥିବା ସମସ୍ୟାର ସମାଧାନ ହେବ। ରାଜନୀତିରେ ସୀମା ବଢ଼ାଇବେ। ସରକାରୀ କାମରେ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀକୃଷ୍ଣ।

କର୍କଟ: କର୍ମକ୍ଷେତ୍ରରେ ପ୍ରଶ˚ସା ମିଳିବା ହେତୁ ଖୁସି ରହିବେ। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ଲାଭର ନୂଆ ଅବସର ମିଳିବ। ଅବିବାହିତଙ୍କ ଲାଗି ଦିନଟି ଭଲ। ବିବାହର ପ୍ରସ୍ତାବ ଆସିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: ମାତାପିତାଙ୍କ ପରାମର୍ଶ ବରଦାନ ସାବ୍ୟସ୍ତ ହେବ। ଗମ୍ଭୀର ମାମଲା ଶାନ୍ତ ଓ ଧୈର୍ଯ୍ୟ ଧରି ସମାଧାନ କରନ୍ତୁ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଛାତ୍ରୀମାନେ ଅଧୢୟନରେ ଅଧିକ ସମୟ ଦେବେ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ଦୁର୍ଗା।

କନ୍ୟା: ନୂଆ ସକାରାତ୍ମକ ଊର୍ଜା ଅନୁଭବ କରିବେ। ଅଫିସରେ ଆପଣଙ୍କ କାମକୁ ଠିକ୍‌ ଦିଶା ଦେବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ପରିବାର ଓ ସମାଜରେ ଆପଣଙ୍କୁ ସମ୍ମାନ ମିଳିବ। ଶୁଭରଙ୍ଗ: ମେରୁନ। ଆରାଧନା: ମାଆ ମଙ୍ଗଳା।

ତୁଳା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଚାକିରିରେ ବଡ଼ ସୁଯୋଗ ମିଳିବା ହେତୁ ଧନଲାଭ ହେବ। ମାତାପିତାଙ୍କ ସହିତ ବଢ଼ିଆ ସମ୍ବନ୍ଧ ସ୍ଥାପିତ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସିନେମା ଦେଖିବାକୁ ଯିବେ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ପାଟଣେଶ୍ବରୀ।

 

 

ବିଛା: ଆପଣଙ୍କର ପରାକ୍ରମ ଓ ପୁରୁଷାର୍ଥ ବଢ଼ିବ। ସଫଳତା ଆପଣଙ୍କ ପାଦ ସ୍ପର୍ଶ କରିବ। ଅଫିସରେ ଅଧିକାରୀଙ୍କ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ପ୍ରେମ ଓ ପ୍ରଣୟ ଦୃଷ୍ଟିରୁ ଦିନଟି ଭଲ। ଶୁଭରଙ୍ଗ: ଲାଲ। ଆରାଧନା: ମାଆ ହିଙ୍ଗୁଳା।

ଧନୁ: ଆଜି ଆପଣ ସୂର୍ଯ୍ୟ ଭଳି ଚମକିବେ। ନୂଆ ସ୍ରୋତରୁ ଧନଲାଭ ହୋଇପାରେ। କୌଣସି ସମାରୋହକୁ ଯିବେ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହୋଇପାରେ। ଭୂସ˚ପତ୍ତି କିଣିବା ଯୋଗ ରହିଛି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ମକର: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ବେପାର ବୃତ୍ତିରୁ ଲାଭ ପାଇବେ। ସରକାରୀ ଚାକିରି ପାଇଁ ପ୍ରୟାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ଶୁଭରଙ୍ଗ: କଫି ରଙ୍ଗ। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଆପଣଙ୍କ ଊର୍ଜାର ସ୍ତର ବୃଦ୍ଧି ହେବ। ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ନୂଆ ଘର ଓ ବାହନ କିଣିବା ପାଇଁ ସମୟ ଶୁଭ। ଜୀବନସାଥୀଙ୍କ ସହିତ ତାଳମେଳ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

ମୀନ: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଭବିଷ୍ୟକୁ ସୁଧାରିବା ଲାଗି ନୂଆ ପଦକ୍ଷେପ ନେବେ। ବେପାରରେ ଅଚାନକ ଫାଇଦା ହେବ। ଛାତ୍ରୀଙ୍କ ଲାଗି ଦିନଟି ଭଲ ଫଳାଫଳ ନେଇ ଆସିବ। ଶୁଭରଙ୍ଗ: ବାଦାମୀ। ଆରାଧନା: ମାଆ ସରସ୍ବତୀ।

ସମ୍ବନ୍ଧିତ ଖବର