ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବାର ଆବଶ୍ୟକତା ରହିଛି। ବନ୍ଧୁଙ୍କ ସହିତ ଦିନଟି ଭଲରେ କଟିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବୃଷ: ସଫଳତାର ନୂଆ ପାହାଚରେ ପାଦ ରଖିବେ। ବିଭିନ୍ନ ଲୋକଙ୍କ ସହିତ ମିଶିବେ। ଅଚାନକ ଅର୍ଥ ଆସିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ମିଥୁନ: ଛୋଟମୋଟ ସଫଳତା ହାସଲ କରିବାରେ ସକ୍ଷମ ହେବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ହୋଇପାରେ। ଘରକୁ କୌଣସି ବନ୍ଧୁ ଆସିବେ।

କର୍କଟ: ବ୍ୟବସାୟରେ ଡିଲ୍‌ କରିବା ପୂର୍ବରୁ ସବୁ କିଛି ଯାଞ୍ଚ କରିନିଅନ୍ତୁ। ବନ୍ଧୁ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବିବାହିତଙ୍କ ଲାଗି ଦିନଟି ଭଲ।

ସି˚ହ: ବ୍ୟବସାୟରେ ଉନ୍ନତି ହେବ। ଚକ୍ଷୁ ସମସ୍ୟାରୁ ଆରାମ ପାଇବେ। ଅଫିସରେ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଘରକୁ କୌଣସି ବନ୍ଧୁ ଆସିପାରନ୍ତି।

କନ୍ୟା: ବକେୟା ଅର୍ଥ ଫେରସ୍ତ ମିଳିପାରେ। ନୂଆ କାମ ଆରମ୍ଭ କରିବା ପାଇଁ ଭାବି ପାରନ୍ତି। ଚାକିରିଆଙ୍କୁ ଅଧିକାରୀଙ୍କ ସହଯୋଗ ମିଳିବ।

ତୁଳା: ପୂଜାର୍ଚ୍ଚନାରେ ସମୟ ବିତିବ। ବ୍ୟବସାୟ ସ୍ଥାନାନ୍ତର ପାଇଁ ଯୋଜନା କରିପାରନ୍ତି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ଭଲ କାମରେ ଆପଣ ସହଯୋଗ ଦେଇ ପାରନ୍ତି। କଳା ଓ ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ଧନୁ: ଗୁରୁତ୍ବପୂର୍ଣ୍ଣ ମାମଲା ନେଇ ବନ୍ଧୁଙ୍କ ସହିତ କଥାବାର୍ତ୍ତା ହେବେ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

ମକର: କାର୍ଯ୍ୟରେ ଲାଗିରହିଥିବା ବାଧା ଦୂର ହେବ। ସରକାରୀ ଚାକିରିଆଙ୍କୁ ଖୁସି ଖବର ମିଳିବ। ରାଜନୈତିକ କାମରେ ସମୟ ବିତିବ।

କୁମ୍ଭ: କାମରେ ସଫଳତା ହାସଲ ଲାଗି ପୂରା ଶକ୍ତି ଲଗାଇବାକୁ ପଡ଼ିବ। କୌଣସି ଛୋଟ ସୁଯୋଗ ଆପଣଙ୍କୁ ଶେଠ କରାଇଦେବ। ପ୍ରେମ ସ˚ପର୍କ ନିବିଡ଼ ହେବ।

ମୀନ: ଆପଣଙ୍କର ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଭୂସ˚ପତ୍ତି କିଣିବା ଯୋଗ ରହିଛି।

ସମ୍ବନ୍ଧିତ ଖବର