publive-imageମେଷ: ବ୍ୟବସାୟ କାମରେ ସହଯୋଗୀର ସାହାଯ୍ୟ ପାଇବେ। କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ଓ ସତେଜ ରହିବ। କଳା କ୍ଷେତ୍ରରେ ଥିବା ଲୋକ କିଛି ନୂଆ କରିବାକୁ ଭାବିବେ। ‌

Advertisment

publive-imageବୃଷ: ବ୍ୟବସାୟରେ ବଡ଼ ଫଇସଲା ନେବାକୁ ପଡ଼ିପାରେ। ପାରିବାରିକ ବିବାଦ ଠାରୁ ଦୂରରେ ରୁହନ୍ତୁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଶିକ୍ଷାର୍ଥୀଙ୍କ କ୍ୟାରିୟରରେ ନୂଆ ମୋଡ଼ ଆସିପାରେ। ‌

publive-imageମିଥୁନ: ଲକ୍ଷ୍ୟ ପୂରା କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। କତୃପକ୍ଷ ଆପଣଙ୍କୁ ଅଫିସ କାମରେ ଦୂରସ୍ଥାନକୁ ପଠାଇ ପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରେମପୂର୍ବକ ବିତିବ।

publive-image

କର୍କଟ: ଅଫିସରେ ଆପଣଙ୍କ ମତ ରଖିବାରେ ସୁଯୋଗ ପାଇବେ। ପଇସାକୁ ନେଇ ଆପଣଙ୍କ ଚିନ୍ତା ଦୂର ହୋଇପାରେ। କୌଣସି ବିଶେଷ କାମରେ ଲାଭ ମିଳିବା ଯୋଗ ଅଛି। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

publive-imageସିଂହ: ପରିବାର ଲୋକଙ୍କର ଉତ୍ସାହ ବଜାୟ ରହିବ। ବାପାଙ୍କ ସହଯୋଗରେ ନୂଆ କାମ ଆରମ୍ଭ କରିବେ। ଚାକିରିରେ ଉନ୍ନତି ଯୋଗ ଅଛି। ଛାତ୍ରଛାତ୍ରୀଙ୍କୁ ଲେଖାପଢ଼ାରେ ସଫଳତା ମିଳିବ।

publive-imageକନ୍ୟା: କାରବାରରେ ଲାଭ ମିଳିବ। ଅଧିକାରୀ ସହ ବିଶେଷ କାର୍ଯ୍ୟକୁ ନେଇ କଥାବର୍ତ୍ତା କରିପାରନ୍ତି। ଆପଣଙ୍କ ଖୁସି ଉପରେ କାହାରି ନଜର ଲାଗିପାରେ। ଘର ସାମଗ୍ରୀ କିଣିବାରେ ଅଧିକ ଖର୍ଚ୍ଚ କରିବେ।

publive-imageତୁଳା: ଜୀବନରେ ଆଗକୁ ବଢ଼ିବା ଲାଗି ନୂଆ ରାସ୍ତା ଖୋଲିବ। ସ୍କୁଲ ଜୀବନର ସାଙ୍ଗ ସହିତ ଦେଖା ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ। ‌

publive-imageବିଛା: ଆପଣଙ୍କ ମନ ରଚନାତ୍ମକ କାମରେ ଲାଗି ରହିବ। କାରବାରରେ ପୁଞି ଲଗାଇବା ପାଇଁ ଭାବିପାରନ୍ତି। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସଂପୂର୍ଣ୍ଣ ଫଳ ମିଳିବ।

publive-image
ଧନୁ: ଲୋକେ ଆପଣଙ୍କ କଥା ଶୁଣିବାକୁ ଉତ୍ସୁକ ରହିବେ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ବାଲ୍ୟବନ୍ଧୁ ସହ ଦେଖା ହେବ। କୌଣସି ନୂଆ ସୁଯୋଗ ମିଳିପାରେ। ପାରିବାରିକ ଜୀବନ ଶାନ୍ତିମୟ ହେବ।

publive-image

ମକର: ମହତ୍ବପୂର୍ଣ୍ଣ ଲୋକଙ୍କ ସହ ଯୋଗାଯୋଗ ହେବ। ନୂଆ ଦାୟିତ୍ବ ନେବାରେ ସଂକୋଚ କରିପାରନ୍ତି। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷାର ପ୍ରସ୍ତୁତ ପାଇଁ ଇଚ୍ଛୁକ ହେବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ। ‌

publive-image

କୁମ୍ଭ: ଆପଣଙ୍କ କାର୍ଯ୍ୟସୂଚୀ ପରିବର୍ତ୍ତନ କରିପାରନ୍ତି। କୌଣସି ବିଷୟରେ ଭାବୁକ ହେବେ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ବିବାହିତ ଲୋକଙ୍କ ଲାଗି ଦିନଟି ଅବିସ୍ମରଣୀୟ ରହିବ।

publive-image

ମୀନ: ଆପଣ ନିଜର ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ସାମାଜିକ କାର୍ଯ୍ୟ କରିବା ଲାଗି ଇଚ୍ଛା ହେବ। ଅଫିସରେ କୌଣସି କାମ ପାଇଁ ଆପଣଙ୍କୁ ସମ୍ମାନିତ କରାଯିବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।