ମେଷ: ବ୍ୟବସାୟରେ ଲାଭ ହେବ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ଜୀବନସାଥୀଙ୍କ ଠାରୁ ଢେର୍ ଖୁସି ପାଇବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାର୍ଯ୍ୟକ୍ଷେତ୍ରରେ ଲାଗି ରହିଥିବା ଝଞ୍ଜଟର ସମାଧାନ ବାହାର କରିନେବେ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ପ୍ରେମରେ ସଫଳତା ପାଇବେ।
ମିଥୁନ: ଗମ୍ଭୀର ମାମଲାକୁ ଶାନ୍ତି ଓ ଧୈର୍ଯ୍ୟର ସହ ସମାଧାନ କରନ୍ତୁ। ବେପାରରେ ଲାଭ ହେବ। ବନ୍ଧୁଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
କର୍କଟ: ପରିଶ୍ରମ ଓ ନିଷ୍ଠା ବଳରେ ଆଗକୁ ବଢ଼ିବାରେ ଦିନଟିଏ। ଅଫିସରେ ସମସ୍ତଙ୍କର ସହଯୋଗ ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।
ସି˚ହ: ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ଭ୍ରମଣ ସୁଖଦ ରହିବ। ଅଜଣା ବ୍ୟକ୍ତିଙ୍କ ସହିତ ସ˚ପର୍କ ଗଢ଼ିବେ। ତାଙ୍କ ଦ୍ବାରା ଭବିଷ୍ୟତରେ ଲାଭ ମିଳିବ।
କନ୍ୟା: ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭଦାୟକ ହେବ। କୌଣସି କାମ ପାଇଁ ଆପଣ ଦୂର ସ୍ଥାନକୁ ଯାଇପାରନ୍ତି। ବ୍ୟବସାୟରେ ଉନ୍ନତି ହେବ।
ତୁଳା: ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆପଣଙ୍କ ଜୀବନରେ ମଧୁର ସ˚ପର୍କ ଆରମ୍ଭ ହେବ। ଚାକିରି ବୃତ୍ତି ସମ୍ବନ୍ଧରେ କିଛି ଭଲ ହୋଇପାରେ।
ବିଛା: ବରିଷ୍ଠଙ୍କ ଠାରୁ ସକାରାତ୍ମକ ଆଶ୍ବାସନା ପାଇବେ। ଯେଉଁ କାମ କରିବାକୁ ଚାହିଁବେ ବିନା ବାଧାରେ ସ˚ପନ୍ନ ହେବ। ବିବାହିତଙ୍କ ଲାଗି ଦିନଟି ଭଲ ରହିବ।
ଧନୁ: ସାମାଜିକ କାର୍ଯ୍ୟରେ ମନ ଲାଗିବ। ଧନଲାଭ ଯୋଗ ରହିଛି। ପ୍ରିୟତମଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମକର: କୌଣସି ଲକ୍ଷ୍ୟକୁ ନେଇ ଉତ୍ସୁକ ହେବେ। ଆଇନଜୀବୀଙ୍କ ଲାଗି ଦିନଟି ଲାଭପ୍ରଦ। କୌଣସି ପ୍ରିୟ ବନ୍ଧୁଙ୍କ ସହିତ ମିଳନ ଯୋଗ ରହିଛି।
କୁମ୍ଭ: ଧର୍ମକାର୍ଯ୍ୟରେ ବିଶ୍ବାସ ବଢ଼ିବ। ବୟୋବୃଦ୍ଧଙ୍କ ପ୍ରତି ମନରେ ଦୟା ଭାବ ରହିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ନୂଆ କାମ ଆରମ୍ଭ କରିପାରନ୍ତି।
ମୀନ: ସଫଳତା ପାଇବାର ଦିନଟିଏ। ଜରୁରୀ କାମ ସମାପ୍ତ କରିବା ଯୋଗୁଁ ଆରାମ ଅନୁଭବ କରିବେ। ଧନ ମାମଲାରେ ସ୍ଥିତି ଭଲ ରହିବ।