publive-imageମେଷ: ଅଧୁରା ଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିପାରିବେ। ଅଫିସରେ ନୂଆ ଦାୟିତ୍ବ ପାଇବେ। ମନ ପସନ୍ଦ ଜାଗାକୁ ବଦଳିର ସୂଚନା ପାଇବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। ‌

Advertisment

publive-imageବୃଷ: ପୂରା ଦିନ ଆପଣଙ୍କ ମନରେ ପ୍ରସନ୍ନତା ବଜାୟ ରହିବ। ନୂଆ କାରବାର ପାଇଁ ଭଲ ମଉକା ପାଇବେ। ଚାକିରିରେ କିଛି ପରିବର୍ତ୍ତନ ବା ବଦଳି ଯୋଗ ଅଛି। ସମ୍ବନ୍ଧରେ ମଧୁରତା ବଢ଼ିବ।

publive-imageମିଥୁନ: ଆପଣଙ୍କ ଜୀବନରେ ନୂଆ ମୁକାମ ହାସଲ ହେବ। ଅଧିକାରୀଙ୍କୁ ଆପଣଙ୍କ ମତ ପସନ୍ଦ ହେବ। ଜୀବନସାଥୀ ସହ ଧର୍ମାନୁଷ୍ଠାନକୁ ଯିବେ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ମନ ଲାଗିବ।

publive-image

କର୍କଟ: ବ୍ୟବସାୟରେ ସାହସର ସହିତ କାମ କରନ୍ତୁ ସଫଳତା ନିଶ୍ଚୟ ପାଇବେ। ଜୀବନସାଥୀଙ୍କୁ ନିଜର ଅଶାନ୍ତି ଜଣାନ୍ତୁ ମନକୁ ଶାନ୍ତି ମିଳିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ।

publive-imageସିଂହ: ଲେଖକଙ୍କ ବିଚାରର ସମ୍ମାନ ହେବ। ଘରର ବାତାବରଣ ଭଲ ରହିବ। ଅବିବାହିତଙ୍କର ଘରେ ବିବାହ ଚର୍ଚ୍ଚା ହେବ। ବିଦ୍ୟାର୍ଥୀ ନିଜର କ୍ୟାରିୟରକୁ ଆହୁରି ଭଲ କରିବା ପାଇଁ ଅଧିକ ପରିଶ୍ରମ କରିବେ।

publive-imageକନ୍ୟା: ଭାବିଥିବା କାମ ପୂରା କରିବାରେ ସଫଳ ହେବେ। ପରିବାର ଲୋକଙ୍କ ସହିତ ତାଳମେଳ ବଢ଼ିବ। ଇସ୍ପାତ କାମ କରୁଥିବା ଲୋକଙ୍କ କାମର ଗତି ବଢ଼ିବ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ଭଲ ରହିବ।

publive-imageତୁଳା: କାମ ସଂପୂର୍ଣ୍ଣ କରିବା ଲାଗି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ଯୁବକଙ୍କ ଲାଗି ସଫଳତାର ନୂଆ ରାସ୍ତା ଖୋଲିବ। ଜୀବନସାଥୀ ସହ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

publive-imageବିଛା: ଆପଣଙ୍କ ମନ ଆନନ୍ଦିତ ରହିବ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ମନର କଥା ସାଙ୍ଗଙ୍କୁ କହିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ହେବ। ଶିକ୍ଷାର୍ଥୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।

publive-image
ଧନୁ: ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକ ପ୍ରିୟତା ବଢ଼ିବ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଚାକିରି ବଦଳାଇବା ପାଇଁ ସ୍ଥିର କରିପାରନ୍ତି। ଜୀବନସାଥୀ ସହ ରାତ୍ରିଭୋଜନ ପାଇଁ ଯୋଜନା କରିବେ।

publive-image

ମକର: ଆପଣ ଭାବିଚିନ୍ତି ଫଇସଲା କରିବା ଦରକାର। କାମରେ ଭାଇର ସହଯୋଗ ପାଇବେ। କଥା କହିବା ବେଳେ ନିଜର ଶଦ୍ଦ ଉପରେ ଧ୍ୟାନ ଦିଅନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ‌

publive-image

କୁମ୍ଭ: ଆପଣ ସବୁ ଦୃଷ୍ଟିରୁ ନିଶ୍ଚିତ ରହିବେ। ମହିଳାଙ୍କ ଲାଗି ଦିନଟି ବହୁତ ଭଲ। କ୍ୟାରିୟରରେ ଆଗକୁ ବଢ଼ିବେ। ଛାତ୍ରଛାତ୍ରୀ କୌଣସି ବିଷୟରେ ଜାଣିବା ପାଇଁ ସହପାଠୀଙ୍କ ସହଯୋଗ ପାଇବେ।

publive-image

ମୀନ: ଯେଉଁମାନଙ୍କର କୋର୍ଟ କଚେରିରେ ମାମଲା ରହିଛି ସେମାନେ କାଗଜପତ୍ର ପ୍ରସ୍ତୁତ କରି ରଖନ୍ତୁ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ନୂଆ ଜିନିଷ ଉପରେ ବିଚାର କରିବେ।