ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ବୁଲିବାରେ ଅଧିକ ସମୟ ବ୍ୟୟ କରିବେ। ବାଲ୍ୟ ବନ୍ଧୁ ସହିତ ଦେଖା ହୋଇପାରେ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

 

ବୃଷ: କୌଣସି ବ୍ୟକ୍ତିଙ୍କ ମାଧ୍ୟମରେ ଆପଣଙ୍କୁ ଆଶାଠୁଁ ଅଧିକ ଲାଭ ହେବ। କର୍ମଜୀବୀ ମହିଳା ନୂଆ କୌଶଳ ଶିଖିବେ। ବନ୍ଧୁ ତାଲିକାରେ ଭଲ ଲୋକ ଯୋଡ଼ିବେ। ଛାତ୍ରଙ୍କୁ ସୁସମ୍ବାଦ ମିଳିବ।

ମିଥୁନ: ବିଶେଷ କାର୍ଯ୍ୟ ଶୀଘ୍ର ସମାପ୍ତ କରିଦେବେ। ଅଫିସରେ ପଦୋନ୍ନତିର ଆଭାସ ପାଇବେ। ବ୍ୟବସାୟରେ ଧନଲାଭ ହେବ। ବିଦ୍ୟାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

କର୍କଟ: ଅଧୁରା ଥିବା କାମ ପୂରା କରିପାରିବେ। ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହିତ ସଂପର୍କରେ ଘନିଷ୍ଠତା ବଢ଼ିବ। ଦାମ୍ପତ୍ୟ ଜୀବନରେ ଖୁସି ରହିବେ। ଅଚାନକ ଖର୍ଚ୍ଚ ବଢ଼ିପାରେ।

ସିଂହ: ଆପଣ ଭାବିଥିବା କାମ ପୂରା ହୋଇଯିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ପିଲାମାନଙ୍କ ଲାଗି ଦରକାରୀ ଜିନିଷ କିଣିବେ।

କନ୍ୟା: ଯେକୌଣସି କାମ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ। ପରିଶ୍ରମର ସଂପୂର୍ଣ୍ଣ ଫଳ ଆପଣଙ୍କୁ ମିଳି ନ ପାରେ। ମହିଳାମାନଙ୍କୁ ପରିବାରର ପୂରା ସହଯୋଗ ମିଳିବ।

 

ତୁଳା: ଦିନଟି ପୂର୍ବ ଅପେକ୍ଷା ଭଲ ରହିବ। ଧନଲାଭର ଯୋଗ ରହିଛି। ଆପଣଙ୍କ ମନ ପସନ୍ଦ କଂପାନିରୁ ସାକ୍ଷାତକାର ଲାଗି ଡାକରା ଆସିବ। ପ୍ରେମିକ ସହିତ ସମ୍ବନ୍ଧ ଭଲ ରହିବ।

ବିଛା: ସନ୍ତାନ ଆପଣଙ୍କୁ ଭଲ ସମାଚାର ଦେବେ। ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆର୍ଥିକ ମାମଲାରେ ଆପଣଙ୍କୁ ବହୁତ ଲାଭ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

 

ଧନୁ: ପୂର୍ବ କଥାକୁ ନେଇ ମନସ୍ତାପରେ ରହିବେ। ଖର୍ଚ୍ଚ ବଢ଼ିବା ହେତୁ ଚିନ୍ତିତ ହୋଇପାରନ୍ତି। ନୂଆ କାମ ଆରମ୍ଭ କରିବାରୁ ନିବୃତ୍ତ ରୁହନ୍ତୁ। ବନ୍ଧୁ ସହିତ ମତଭେଦ ହୋଇପାରେ।

 

ମକର: ଅନ୍ତରଙ୍ଗ ବନ୍ଧୁ ସହିତ ଦେଖାହେବା ଯୋଗୁଁ ମନ ଖୁସି ହୋଇଯିବ। ସରକାରୀ ଚାକିରିଆ ଭଲ ଖବର ପାଇବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।

 

କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେବାର ସୁଯୋଗ ମିଳିପାରେ। ନିଜ କାମରେ ଅଧିକ ଖର୍ଚ୍ଚ କରିପାରନ୍ତି। ସାଥିରେ କାମ କରୁଥିବା ଲୋକେ ଆପଣଙ୍କ ଉପରେ ଖୁସି ରହିବେ।

ମୀନ: ଆୟରେ ବୃଦ୍ଧି ହେବ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିପାରିବେ। ନୂଆ ଲୋକଙ୍କ ସହିତ ବନ୍ଧୁତା ସ୍ଥାପନ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର