ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ପଥରେ ରହିଥିବା ବାଧା ଦୂର ହେବ। ରାଜନୀତିରେ ଆର୍ଥିକ ଲାଭ ହେବ। ପରିବାରରେ ଖୁସି ବଜାୟ ରହିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ବୃଷ: ନୂଆ ରଣନୀତି ଆପଣଙ୍କ ଲାଗି ଲାଭଦାୟକ ହେବ। ପ୍ରିୟଜନଙ୍କ ସହିତ ସମୟ ଅତିବାହିତ କରିବେ। ପରିବାର ସହିତ କିଣାକିଣି ପାଇଁ ସହରକୁ ଯିବେ।

ମିଥୁନ: ଧର୍ମ କାର୍ଯ୍ୟରେ ମନ ଲାଗିବ। ବୟୋଜ୍ୟେଷ୍ଠଙ୍କ ସେବା କରନ୍ତୁ, ଆର୍ଥିକ ସ୍ଥିତି ସୁଧୁରିବ। ପ୍ରତ୍ୟେକ ସମସ୍ୟାର ସମାଧାନ ସହସା ବାହାରି ଯିବ।

କର୍କଟ: ମନରେ ନୂଆ ନୂଆ ବିଚାର ଆସିବ। ଅଫିସରେ କାମ କରିବାର ଶୈଳୀ ବଦଳାଇବେ। କୋର୍ଟ କଚେରି ମାମଲାରେ ଖର୍ଚ୍ଚାନ୍ତ ହୋଇପାରନ୍ତି।

ସି˚ହ: ପ୍ରତିଟି କାମରେ ଲାଭ ହେବ। ଆପଣଙ୍କର ନୂଆ ଶକ୍ତି ସହଯୋଗୀଙ୍କୁ ପ୍ରଭାବିତ କରିବ। ସଙ୍ଗୀତକଳା କ୍ଷେତ୍ରରେ ସିଦ୍ଧି ପ୍ରାପ୍ତ ହେବ।

କନ୍ୟା: ଆପଣ ନିଜର ଶକ୍ତିକୁ ଠିକ୍ ରୂପେ ବ୍ୟବହାର କରିବେ। ଅଫିସରେ ପଦୋନ୍ନତି ମିଳିବାର ସୁଯୋଗ ରହିଛି। ଘରକୁ ଅନ୍ତରଙ୍ଗ ବନ୍ଧୁ ଆସିପାରନ୍ତି।

ତୁଳା: ପୂଜାପାଠରେ ସମୟ ବିତିବ। ଭଲ ଖବର ମିଳିବାର ସମ୍ଭାବନା ରହିଛି। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇପାରେ।

ବିଛା: ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ମଜଭୁତ ହେବ। ବେପାରରେ ଲାଭ ହୋଇପାରେ। କାହାରିକୁ ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ।

ଧନୁ: ଆପଣଙ୍କ କାନ୍ଧକୁ ଅଧିକ ଭାର ଆସିପାରେ। କାରବାରରେ ଲାଭ ହେବ। ଜୀବନସାଥୀଙ୍କ ଠାରୁ ସକାରାତ୍ମକ ସ˚କେତ ମିଳିପାରେ।

ମକର: ମନ ପ୍ରଫୁଲ୍ଲ ରହିବ। କୌଣସି ବଡ଼ ବ୍ୟକ୍ତିଙ୍କ ସହିତ ଆପଣଙ୍କର ସାକ୍ଷାତକାର ହୋଇପାରେ। ପିଲାଙ୍କ କ୍ୟାରିୟର୍ ଲାଗି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

କୁମ୍ଭ: ମାନସିକ ଓ ଶାରୀରିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଘରର କୌଣସି ବଡ଼ ମାମଲାରେ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବେପାରରେ ଉନ୍ନତି ହେବ।

ମୀନ: ସେମାନଙ୍କ ସହିତ ସମୟ ଅତିବାହିତ କରନ୍ତୁ ଯେଉଁମାନେ ଆପଣଙ୍କୁ ପ୍ରବଳ ଉତ୍ସାହିତ କରନ୍ତି। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ।

ସମ୍ବନ୍ଧିତ ଖବର