ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁଙ୍କ ମାଧ୍ୟମରେ କିଛି ଆଶା ପୂରଣ ହେବ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ବ୍ୟବସାୟରେ ଆଗକୁ ବଢ଼ିବେ। ଘରକୁ କୌଣସି ବନ୍ଧୁ ଆସିବେ।

ବୃଷ: ଆପଣଙ୍କ ମନ ଆଧ୍ୟାତ୍ମିକ ରହିବ। ନିଜ କାମରେ ନିଜେ ଫଇସଲା କରି ସନ୍ତୁଷ୍ଟ ହେବେ। କୌଣସି ପାଖ ଲୋକ ଆପଣଙ୍କ ଖୁସିକୁ ଦିଗୁଣା କରିବେ।

ମିଥୁନ: ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହୋଇପାରନ୍ତି। ବ୍ୟବସାୟରେ ଉନ୍ନତି ହେବ। ଛାତ୍ରମାନେ ଫଳ ଚିନ୍ତା ନ କରି ପରିଶ୍ରମ କରନ୍ତୁ।

କର୍କଟ: ଅଫିସରେ ସହଯୋଗୀଙ୍କ ସାହାଯ୍ୟ ପାଇବେ। କାରବାରରେ ପୁଞ୍ଜି ନିବେଶ କରିବେ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ।

ସି˚ହ: ପରିବାରରେ ବଡ଼ଙ୍କ ସହଯୋଗ ପାଇବେ। ଯାହା ବି କାମ କରିବେ ସଫଳତା ମିଳିବ। ପୁରୁଣା ବନ୍ଧୁ ସହିତ ମିଶିବା ଲାଗି ମନରେ ଆଗ୍ରହ ବଢ଼ିବ।

କନ୍ୟା: ବ୍ୟବସାୟ କାମରେ ରାଜ୍ୟ ବାହାରକୁ ଯିବେ। ଖୁସି ଖବର ପାଇବେ। ଅନ୍ତରଙ୍ଗ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ରାଜନୀତିରେ ସଫଳତା ପାଇବେ।

ତୁଳା: ଇଷ୍ଟଦେବଙ୍କ ଆରାଧନା କରନ୍ତୁ, ଲାଭ ହେବ। ଅଫିସରେ କାମ କରିବା ଶୈଳୀ ବଦଳାଇବେ। ଛାତ୍ରୀଙ୍କୁ ସହପାଠୀଙ୍କ ସହଯୋଗ ମିଳିବ।

ବିଛା: ନିଜ ଉପରେ ବିଶ୍ୱାସ ରଖନ୍ତୁ। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହେବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ମଧୁର ରହିବ।

ଧନୁ: ଅଫିସରେ କୌଣସି କଥାକୁ ନେଇ କର୍ତ୍ତୃପକ୍ଷଙ୍କ ଠାରୁ ଦୁର୍ବ୍ୟବହାର ପାଇବେ। ବ୍ୟବସାୟ ପାଇଁ ଭଲ ସୁଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ।

ମକର: ବନ୍ଧୁ ଓ ଜୀବନସାଥୀ ଉଭୟଙ୍କ ସହଯୋଗ ପାଇବେ। ବିଭିନ୍ନ ପ୍ରକାର ସ୍ଥିତିର ମୁକାବିଲା କରିବାକୁ ସକ୍ଷମ ହେବେ। ଆପଣଙ୍କ ମନ ସଙ୍ଗୀତରେ ଲାଗି ରହିବ।

କୁମ୍ଭ: ବ୍ୟବସାୟ ବୃଦ୍ଧି ଲାଗି ଆପଣଙ୍କ ମନରେ ଯେଉଁ ବିଚାର ଆସିବ ତାହା ଫଳପ୍ରଦ ହେବ। ନୂଆ ଜମି କିଣିବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ମୀନ: ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ରାସ୍ତା ଖୋଜିବେ। ଚାକିରିଜୀବୀଙ୍କୁ ବିଶେଷ ସଫଳତା ହାସଲ ହେବ। ଅପବ୍ୟୟ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର