ଜାଣନ୍ତୁ ଆଜିର ରାଶିଫଳ

ମେଷ: ସବୁ କାମ ମନ ମୁତାବକ ସ˚ପୂର୍ଣ୍ଣ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ମିଳିବ। ଦାମ୍ପତ୍ୟ ଜୀବନରେ ଲାଗି ରହିଥିବା ମନୋମାଳିନ୍ୟ ଦୂର ହେବ।

ବୃଷ: ପ୍ରଭୁଙ୍କ ଧୢାନରେ ମନକୁ ଶାନ୍ତି ମିଳିବ। ବିଲ୍‍ଡର୍ସଙ୍କୁ ଅଚାନକ ଧନଲାଭ ହୋଇପାରେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି।

ମିଥୁନ: କୌଣସି ବ୍ୟକ୍ତିଙ୍କ ସହିତ ମନର ମେଳ ହେବ। ଧୈର୍ଯ୍ୟ ଧରି ନିଜର କାମ କରନ୍ତୁ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ନିଜ ପରିଶ୍ରମର ଉତ୍ତମ ପରିଣାମ ପାଇବେ। ରାଜନୀତିରେ ବଡ଼ ଓ ପ୍ରତିଷ୍ଠିତ ଲୋକଙ୍କ ସହିତ ମେଳ ମିଳାପ ବଢ଼ିବ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।

ସି˚ହ: ଚାକିରି ବୃତ୍ତିରେ ଅଧିକାରୀଙ୍କ ସହଯୋଗ ପାଇବେ। ବାକିଆ କାମ ପୂରା ହୋଇଯିବ। ଅଭିମାନ କରିଥିବା ପ୍ରିୟତମଙ୍କୁ ମନାଇବାରେ ସଫଳ ହେବେ।

କନ୍ୟା: ଆପଣଙ୍କ ଶକ୍ତିର ସ୍ତର ଉଚ୍ଚା ରହିବ। ବ୍ୟବସାୟରେ ଡିଲ୍‌ ପାଇଁ ରାଜ୍ୟ ବାହାରକୁ ଯିବେ। କୋର୍ଟ କଚେରି ମାମଲାରେ ଜିତିବେ। ପ୍ରେମ ଜୀବନ ମଧୁର ହେବ।

ତୁଳା: ବ୍ୟକ୍ତିତ୍ବର ବିକାଶ ହେବ। ଚାକିରି ସମ୍ବନ୍ଧିତ ଆଶା ପୂରଣ ହେବ। କେହି ଆପଣଙ୍କର ସାହାଯ୍ୟ ନେଇ ପାରନ୍ତି। ଛାତ୍ର ପରୀକ୍ଷାରେ ବହୁତ ଭଲ କରିବେ।

ବିଛା: କୌଣସି ଶୁଭ ସମାଚାର ପାଇବେ। ମନୋଯୋଗରେ କାମ ସମାପ୍ତ କରିବାକୁ ଚେଷ୍ଟା କରିବେ। ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ।

ଧନୁ: ଚାକିରିରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହେବ। ଆପଣ କୌଣସି ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି।

ମକର: ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଠିକ୍‌ ରହିବ। ନୂଆ କାର୍ଯ୍ୟରେ ଆଗ୍ରହ ବଢ଼ିବ। ଆର୍ଥିକ ସ୍ଥିତି ମଜଭୁତ ହେବ। ଜୀବନସାଥୀ ଆପଣଙ୍କୁ ବହୁତ ଆଦର କରିବେ।

କୁମ୍ଭ: ନିଜ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଅଭିନୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ମିଳିବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହୋଇପାରେ।

ମୀନ: ବରିଷ୍ଠଙ୍କ ସହଯୋଗ ପାଇବେ। ବହୁ ଦିନର ଆଶା ପୂରଣ ହେବ। ବନ୍ଧୁ ଘରକୁ ଯିବା ପାଇଁ ଯୋଜନା କରିପାରନ୍ତି। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର