ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଅଧିକାରୀଙ୍କ ସହଯୋଗ ଉତ୍ସାହ ବଢ଼ାଇବ। ଗଳ୍ପ କବିତା ଆଦିରେ ମହିଳାଙ୍କ ରୁଚି ବଢ଼ିବ।

ବୃଷ: କ୍ୟାରିୟର ଲାଗି ଦିନଟି ବହୁତ ଭଲ। ଅଫିସରେ ଅଧୁରା କାମ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଉନ୍ନତି ହେବ। ସମ୍ପର୍କରେ ନିବିଡ଼ତା ଆସିବ।

ମିଥୁନ: ଠାକୁର ପୂଜାରେ ସମୟ ବିତିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ। ପ୍ରେମ ଜୀବନ ଭଲ ରହିବ।

କର୍କଟ: ଆପଣ ନିଜ ଉପରେ ନିୟନ୍ତ୍ରଣ ରଖିବା ଦରକାର। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ ରହିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ସି˚ହ: ସାମାଜିକ କାର୍ଯ୍ୟରେ ଆପଣଙ୍କ ମନ ଲାଗି ରହିବ। ବଡ଼ଙ୍କ ପରାମର୍ଶ ନେଇ କୌଣସି ପଦକ୍ଷେପ ନିଅନ୍ତୁ। ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢ଼ିବ। ବନ୍ଧୁ ସହିତ ମିଶିବା ପାଇଁ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବେ। ବ୍ୟବସାୟରେ ବଡ଼ ଲୋକଙ୍କ ସହିତ ସାକ୍ଷାତ ହେବ।

ତୁଳା: ଆଖପାଖର ଲୋକେ ଆପଣଙ୍କ ବ୍ୟବହାରରେ ଖୁସି ହେବେ। ନୂଆ କାମରେ ସଫଳତା ପାଇବେ। ଧର୍ମ କାର୍ଯ୍ୟ ପ୍ରତି ଆସ୍ଥା ବଢ଼ିବ।

ବିଛା: ଭାବିଥିବା କାମ ପୂରା ହେବ। କାହା ସହିତ ବିବାଦ କରନ୍ତୁ ନାହିଁ। ଘରକୁ କୌଣସି ବନ୍ଧୁ ଆସିବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

ଧନୁ: କାମ ପୂରା କରିବା ଲାଗି ପରିବାର ଲୋକଙ୍କ ସହଯୋଗ ପାଇବେ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ସହପାଠୀ ଆପଣଙ୍କ ସାହାଯ୍ୟ ଲୋଡ଼ିବେ।

ମକର: ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଜୀବନରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହେବେ।

କୁମ୍ଭ: ଖୋଦ୍‌କୁ ଶକ୍ତିବାନ ଅନୁଭବ କରିବେ। କଳାତ୍ମକ କାର୍ଯ୍ୟରେ ସମୟ ଦେବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନରେ ମତଭେଦ ହୋଇପାରେ।

ମୀନ: ନୂଆ କାମର ଯୋଜନା ତିଆରି କରିପାରନ୍ତି। କାହାରି ସହିତ ତର୍କ କରନ୍ତୁ ନାହିଁ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ସମ୍ବନ୍ଧିତ ଖବର