ଜାଣନ୍ତୁ ଆଜିର ରାଶିଫଳ

ମେଷ: କ୍ୟାରିୟରରେ ବଡ଼ ସଫଳତା ହାସଲ ହେବ। ବିବାହିତଙ୍କ ଲାଗି ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଲାଭ ହେବ। ଶିକ୍ଷା କ୍ଷେତ୍ରରେ ଲାଭ ମିଳିବା ଯୋଗ ରହିଛି।

ବୃଷ: ଅଚାନକ କାମର ବୋଝ ବଢ଼ିପାରେ। କାମରେ କିଛି ଲୋକ ସାହାଯ୍ୟ କରିବାକୁ ମନା କରିପାରନ୍ତି। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ।

ମିଥୁନ: ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କ ମନରେ ଆଗ୍ରହ ବଢ଼ିବ। ଜୀବନସାଥୀଙ୍କ ସଂପୂର୍ଣ୍ଣ ସହଯୋଗ ପାଇବେ। ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେଇପାରନ୍ତି।

କର୍କଟ: ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଆପଣଙ୍କ କାମରେ ଅଧିକାରୀ ବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ସାଧୁ ସନ୍ଥଙ୍କ ସହିତ ସଂପର୍କ ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କନ୍ୟା: କୌଣସି ନା କୌଣସି ସମସ୍ୟାର ସାମନା କରିବେ। ଟଙ୍କା ପଇସା ମାମଲାରେ କାହାରିକୁ ଅଧିକ ବିଶ୍ବାସ କରନ୍ତୁ ନାହିଁ। ନୂଆ କାମ କରିବାରୁ ନିବୃତ୍ତ ରୁହନ୍ତୁ।

ତୁଳା: ଆପଣ ସମସ୍ତଙ୍କ ଦୃଷ୍ଟିରେ ଭଲ ହୋଇ ରହିବେ। ନିଜର ଶକ୍ତିକୁ ଭଲ କାମରେ ଲଗାଇବେ। ବ୍ୟବସାୟରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।

ବିଛା: ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଅଜଣା ବ୍ୟକ୍ତିଙ୍କ ସାହାଯ୍ୟରେ ଆପଣଙ୍କୁ ଢେର୍ ସଫଳତା ମିଳିପାରେ। ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ମିଳିବ।

ଧନୁ: ଆପଣଙ୍କ ମନ ଅଧୁରା କାମ ପୂରା କରିବାରେ ଲାଗି ରହିବ। କୌଣସି ଶୁଭ ସମାଚାର ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କୁ ନିଜ ହୃଦୟର କଥା କହିବେ।

ମକର: ଯାହା ବି କାମ କରିବେ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବ। ସାଥୀରେ କାମ କରୁଥିବା ଲୋକ ସାହାଯ୍ୟ କରିବେ। ଛାତ୍ରଙ୍କ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କୁମ୍ଭ: ବୃତ୍ତି ସମ୍ବନ୍ଧରେ ଭଲ ଖବର ପାଇବେ। ପାରିବାରିକ ଜୀବନ ସୁଖକର ହେବ। ଘରକୁ ବନ୍ଧୁଙ୍କ ଯିବା ଆସିବା ଲାଗି ରହିବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

ମୀନ: ଜୀବନସାଥୀଙ୍କ ସହିତ ଦୀର୍ଘ ସମୟ ଧରି କଥାବାର୍ତ୍ତା କରିବେ। ଜୀବନରେ ଆଗକୁ ବଢ଼ିବା ପାଇଁ ରାସ୍ତା ଖୋଲିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ସମ୍ବନ୍ଧିତ ଖବର