ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି କଥା ନେଇ ଆପଣ ଭାବପ୍ରବଣ ରହିବେ। ଚାକିରିଜୀବୀଙ୍କର ଭଲ ଜାଗାକୁ ବଦଳି ହେବ। ଆପଣ କୌଣସି ସମାରୋହକୁ ଯିବେ।

ବୃଷ: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ଲାଗି ମାନ ସମ୍ମାନ ପାଇବେ। ବ୍ୟବସାୟରେ ଆଶାଜନକ ଫଳ ମିଳିବ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କୁ ବୁଝିବାକୁ ଚେଷ୍ଟା କରିବେ।

ମିଥୁନ: ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଭଲ କଂପାନିରେ ଇଣ୍ଟରଭ୍ୟୁ ପାଇଁ ଖବର ଆସିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

କର୍କଟ: ବିଶେଷ ବ୍ୟକ୍ତିଙ୍କ ସହିତ ଅଚାନକ ସାକ୍ଷାତ ହେବ। ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ପାରିବାରିକ ଜୀବନରେ ଖୁସି ଆସିବ। ଛାତ୍ରଙ୍କୁ କୌଣସି ଭଲ ଖବର ମିଳିବ।

ସିଂହ: ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବା ଯୋଗୁଁ ମନ ଖୁସି ରହିବ। ରାଜନେତାଙ୍କ ମାନ ସମ୍ମାନ ବଢ଼ିବ।

କନ୍ୟା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ପଦୋନ୍ନତିର ଯୋଗ ରହିଛି। ଆପଣଙ୍କ ମନରେ ଅଚାନକ କୌଣସି ବିଚାର ଆସିବ ଯାହା ପ୍ରଗତିର ଦ୍ବାର ଖୋଲିବ।

ତୁଳା: ପୂଜାପାଠରେ ସମୟ ବିତିବ। ନିଜର ମାନ ପ୍ରତିଷ୍ଠା ବଜାୟ ରଖିବା ଲାଗି ସାମାଜିକ କାର୍ଯ୍ୟରେ ସହଯୋଗ କରନ୍ତୁ। ଅନ୍ୟମାନଙ୍କୁ ସ୍ପଷ୍ଟଭାବେ ନିଜର କଥା କହିପାରିବେ।

ବିଛା: ଭଲ କଂପାନିରେ ଚାକିରିର ସୁଯୋଗ ଆସିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୌଣସି ବନ୍ଧୁ ଆସିବା ଯୋଗୁଁ ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

ଧନୁ: ଆପଣଙ୍କ ଭିତରେ ଅତ୍ୟଧିକ ଆତ୍ମବିଶ୍ବାସ ରହିବ। କୌଣସି କାମରେ ଅଧିକ ସମୟ ବ୍ୟୟ ହେବ। ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ।

ମକର: ଘରକୁ କୌଣସି ବନ୍ଧୁଙ୍କ ଆଗମନ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅଫିସରେ ଆପଣଙ୍କ ସମ୍ମୁଖକୁ ଅସୁବିଧା ଆସିପାରେ।

କୁମ୍ଭ: ଧର୍ମ କାମରେ ମନ ଲାଗି ରହିବ। ଘରର ସମସ୍ତଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ବାହନ କିଣିବାର ଯୋଗ ରହିଛି। ଛାତ୍ରଙ୍କର ଲୋଖାପଢ଼ା ପ୍ରତି ରୁଚି ବଢ଼ିବ।

ମୀନ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାଖ ଲୋକ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ସାବ୍ୟସ୍ତ ହେବେ। ବିବାହିତ ଲୋକଙ୍କ ଜୀବନରେ ପ୍ରସନ୍ନତା ରହିବ।

ସମ୍ବନ୍ଧିତ ଖବର