publive-imageମେଷ: ବ୍ୟବସାୟ ପ୍ରତି ବିଶେଷ ଦୃଷ୍ଟି ଦେବେ। ରାଜନୈତିକ ପରିସର ବୃଦ୍ଧି ହେବ। ଅଫିସ ତରଫରୁ ରାଜ୍ୟ ବାହାରକୁ ଯିବାର ସୁଯୋଗ ପାଇବେ।

Advertisment

publive-imageବୃଷ: ଦିନଟି ଆପଣଙ୍କ ଲାଗି ବିଶେଷ ଫଳଦାୟୀ। ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ସାମାଜିକ ମିଳାମିଶା ବଢ଼ିବ।

publive-imageମିଥୁନ: ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପ୍ରେମ ସମ୍ବନ୍ଧ ମଧୁର ହେବ।

publive-imageକର୍କଟ: ଧାର୍ମିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିପାରନ୍ତି। ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବ୍ୟବସାୟରେ ସାମାନ୍ୟ ପରିବର୍ତ୍ତନ ଆଣିବେ।

publive-imageସିଂହ: ସୁଖ ସୌଭାଗ୍ୟ ମିଳିବାର ଦିନଟିଏ। ରାଜନୀତିରେ ସଫଳତା ପାଇବେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ।

publive-imageକନ୍ୟା: ବନ୍ଧୁ ମାଧ୍ୟମରେ କିଛି ଆଶା ପୂରଣ ହେବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ଘରୋଇ ପରିବେଶ ଶାନ୍ତିମୟ ରହିବ। ପ୍ରେମ ବ୍ୟାପାର ପାଇଁ ଭଲ ଦିନଟିଏ।

publive-imageତୁଳା: କ୍ୟାରିୟର ଗଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ନୂଆ ବନ୍ଧୁତା ହୋଇପାରେ। ଜମି କିଣିବା ଲାଗି ସୁନ୍ଦର ଯୋଗ ରହିଛି।

publive-imageବିଛା: ସକାରାତ୍ମକ ଭାବନା ଆଗକୁ ବଢ଼ିବାରେ ସହାୟକ ହେବ। ପରିଶ୍ରମର ଫଳ ନିଶ୍ଚୟ ପାଇବେ। ବିରୋଧୀ ପକ୍ଷ ଗୋପନରେ ଆପଣଙ୍କୁ ପ୍ରଶଂସା କରିବେ।

publive-imageଧନୁ: ପିତାଙ୍କର ଆୟରେ ବୃଦ୍ଧି ହେବ। ପୁଞ୍ଜି ବଜାରରେ ନିବେଶ କରନ୍ତୁ, ଭବିଷ୍ୟତରେ ଲାଭ ପାଇବେ। ଶାସନରେ ଥିବା ଲୋକଙ୍କ ସହିତ ସଂପର୍କ ହେବ।

publive-imageମକର: ଆପଣ ନିଜ କାମ ପାଇଁ ପ୍ରଶଂସା ଓ ପୁରସ୍କାର ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ବ୍ୟବସାୟରେ ବିକ୍ରି ଓ ଆର୍ଥିକ ଲାଭ ବଢ଼ିବ।

publive-image

କୁମ୍ଭ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଅଫିସରେ କାହା ପ୍ରତି ଆକର୍ଷିତ ହେବେ। ମହିଳାମାନେ ଜିନିଷ କିଣିବା ପାଇଁ ସହରକୁ ଯିବେ। ସନ୍ତାନ ସମ୍ବନ୍ଧରେ ଚିନ୍ତା ଦୂର ହେବ।

publive-imageମୀନ: କୌଣସି କଥା ନେଇ ଭାବପ୍ରବଣ ରହିବେ। ଅଧୁର ଥିବା କାମ ସଂପୂର୍ଣ୍ଣ ହେବ। ନାମ ଓ ଯଶ ବୃଦ୍ଧି ହେବ। ବ୍ୟବସାୟରେ ନୂଆ ସୁଯୋଗ ଓ କାମ ପାଇବେ।