ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ କାମରେ ଅଧିକାରୀବର୍ଗ ଖୁସି ରହିବେ। ପାରିବାରିକ ଜୀବନ ସୁଖମୟ ହେବ।

ବୃଷ: ବେପାରରେ ଦ୍ବିଗୁଣ ବୃଦ୍ଧି ହେବାର ଯୋଗ ରହିଛି। ଅଧିକାରୀଙ୍କ ନିକଟରେ ସାବଧାନ ରୁହନ୍ତୁ। ବନ୍ଧୁ ଆସିବା ଯୋଗୁଁ ପରିବାରରେ ଖୁସିର ପରିବେଶ ରହିବ।

ମିଥୁନ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ କାର୍ଯ୍ୟରେ ଲାଗିବ। ଇଂଜିନିୟର ନୂଆ ପ୍ରକଳ୍ପରେ କାମ କରିବେ। ଛାତ୍ରଙ୍କୁ ଲେଖାପଢ଼ାରେ ସିନିୟରଙ୍କର ସାହାଯ୍ୟ ମିଳିବ।

କର୍କଟ: କାମ ସଂପୂର୍ଣ୍ଣ ହେବାରେ ବିଳମ୍ବ ହୋଇପାରେ। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଓକିଲଙ୍କ ଲାଗି ଦିନଟି ବହୁତ ଭଲ। ଘରକୁ କୌଣସି ନୂଆ ବନ୍ଧୁଙ୍କ ଆଗମନ ହେବ।

ସିଂହ: ଆୟ ବୃଦ୍ଧି ପାଇଁ କୌଣସି ବରିଷ୍ଠଙ୍କ ସାହାଯ୍ୟ ପାଇବେ। ବନ୍ଧୁ ସହିତ ବାହାରେ ଖାଇବାର ଯୋଜନା କରିପାରନ୍ତି। ଅଫିସରେ କାମ ଭଲଭାବେ ସଂପୂର୍ଣ୍ଣ ହେବ।

କନ୍ୟା: ଭାଇ ଭଉଣୀଙ୍କ ଉତ୍ସାହରେ ଆତ୍ମବିଶ୍ବାସ ବୃଦ୍ଧି ପାଇବ। ନୂଆ ଲୋକଙ୍କ ସହିତ ସାକ୍ଷାତ ଭବିଷ୍ୟତ ପାଇଁ ଲାଭଦାୟକ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ତୁଳା: କାମ ଅଧିକ କଲେ ବି କମ୍ ଲାଭ ମିଳିପାରେ। ବାହନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ଚାକିରିଜୀବୀ ଆଶା କରୁଥିବା ସ୍ଥାନଙ୍କୁ ବଦଳି ହୋଇପାରନ୍ତି।

ବିଛା: ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ଅଚାନକ କୌଣସି ଉତ୍ସରୁ ଧନଲାଭ ହେବ। ବିଦେଶରେ ଅଧ୍ୟୟନ କରୁଥିବା ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ପାରିବାରିକ କାମ ପାଇଁ ଯାତ୍ରା ଲାଭଦାୟକ ହେବ। ପୁରୁଣା ବନ୍ଧୁ ସହିତ ଦେଖା ହେବ। ବଡ଼ କଂପାନି ସହିତ ଡିଲ୍ କରିବାର ସୁଯୋଗ ଆସିବ।

ମକର: ମାତା-ପିତାଙ୍କ ପରାମର୍ଶ ଫଳପ୍ରଦ ସାବ୍ୟସ୍ତ ହେବ। ସାମାଜିକ ପରିସର ବୃଦ୍ଧି ପାଇବ। ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ।

କୁମ୍ଭ: କିଛି ନୂଆ କରିବା ପାଇଁ ଭାବିବେ। ବକେୟା ଅର୍ଥ ପାଇବେ। ଅଫିସରେ ସିନିୟରଙ୍କର ସାହାଯ୍ୟ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମୀନ: ଆର୍ଥିକ ସ୍ଥିତି ମଜଭୁତ ରହିବ। କୌଣସି ସମାରୋହକୁ ଯିବା ପାଇଁ ଯୋଜନା କରିବେ। ଜୀବନସାଥୀ ଆପଣଙ୍କ ମନର କୌଣସି ବିଶେଷ ଆଶା ପୂରା କରିବେ।

ସମ୍ବନ୍ଧିତ ଖବର