ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ କୌଣସି କଥାକୁ ନେଇ ଅଶାନ୍ତ ହୋଇପାରନ୍ତି। ରାଜନୀତିରେ ସଫଳତା ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ।

ବୃଷ: ଦିନଟି ଆନନ୍ଦ ଉଲ୍ଲାସଭରା ରହିବ। ଖାସ୍ ଲୋକଙ୍କ ସହିତ ନିକଟତା ବଜାୟ ରହିବ। ଆପଣଙ୍କର ସବୁ ଚେଷ୍ଟା ସଫଳ ହେବ। ଛାତ୍ରଙ୍କୁ ଖୁସି ଖବର ମିଳିବ।

ମିଥୁନ: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ପିତାଙ୍କ ଠାରୁ କୌଣସି ବଡ଼ ଉପହାର ପାଇବେ। ଅନାବଶ୍ୟକ ଯାତ୍ରା ପରିହାର କରନ୍ତୁ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ।

କର୍କଟ: କାମ ଉପରେ ପୂରା ଧ୍ୟାନ ଦେବାକୁ ଚେଷ୍ଟା କରିବେ। ପାରିବାରିକ ସମସ୍ୟାର ସମାଧାନ ପାଇଁ ନିଜକୁ ଶାନ୍ତ ରଖନ୍ତୁ। ପ୍ରସାଧନ ଦୋକାନୀଙ୍କ ଲାଗି ଦିନଟି ଉତ୍ତମ।

ସିଂହ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖିବେ। ସକାରାତ୍ମକ ଭାବନା କ୍ୟାରିୟରକୁ ନୂଆ ଦିଶା ଦେବ। କୋର୍ଟ କଚେରି ମାମଲାରେ ଜୟଲାଭ କରିବେ।

କନ୍ୟା: ଜରୁରୀ କାମ କମ୍ ପରିଶ୍ରମରେ ପୂରା ହୋଇଯିବ। ପଦୋନ୍ନତି ମିଳିବା ଯୋଗ ରହିଛି। ଛାତ୍ରଙ୍କୁ କୌଣସି ବଡ଼ ଖୁସି ଖବର ମିଳିବ।

ତୁଳା: ଚାକିରି ବୃତ୍ତିରେ ଉନ୍ନତି ହୋଇପାରେ। ବାହନ କିଣିବା ଲାଗି ଦିନଟି ଶୁଭ। ବନ୍ଧୁ ସହିତ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା: କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ପାଇବେ। ବନ୍ଧୁବର୍ଗଙ୍କ ସହଯୋଗରେ ଘର କାମ ସଂପୂର୍ଣ୍ଣ କରିବେ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ସ୍ଥିତି ଅନୁକୂଳ ରହିବ। କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ପରିବାର ସହିତ ନିଜ ବିଷୟରେ ଆଲୋଚନା କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ।

ମକର: ବେପାରରେ ଉନ୍ନତି ଲାଗି ନୂଆ ଅବସର ମିଳିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ବାହାରକୁ ଯିବେ।

କୁମ୍ଭ: କୌଣସି କଥାକୁ ନେଇ ମନ ଉତ୍ସାହିତ ରହିବ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ସ୍ବାସ୍ଥ୍ୟ ସମ୍ବନ୍ଧରେ ସଚେତନ ରୁହନ୍ତୁ।

ମୀନ: ଆପଣଙ୍କର ଧ୍ୟାନ ରଚନାତ୍ମକ କାର୍ଯ୍ୟରେ ଲାଗି ରହିବ। ବ୍ୟବସାୟ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେବାକୁ ପଡ଼ିପାରେ। ରାଜନୀତିରେ ଆର୍ଥିକ ଲାଭ ହେବ।

ସମ୍ବନ୍ଧିତ ଖବର