publive-imageମେଷ: କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। କଠିନ ପରସ୍ଥିତିରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

Advertisment

publive-imageବୃଷ: ସବୁ କଷ୍ଟ ନିବାରଣ ହେବ। କଥାବାର୍ତ୍ତା ଦ୍ବାରା ମାମଲାକୁ ଶାନ୍ତିରେ ସମାଧାନ କରନ୍ତୁ। ଅଚାନକ ଧନଲାଭ ହେବ। ମହିଳାମାନେ କିଣାକିଣି ଲାଗି ସହରକୁ ଯାଇପାରନ୍ତି।

publive-imageମିଥୁନ: ଅତ୍ୟଧିକ ଜିଦ୍ କରିବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଚାକିରିଜୀବୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରେମରେ ସଫଳତା ପାଇବେ।

publive-imageକର୍କଟ: ଆପଣଙ୍କର କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ସନ୍ତାନର ଉନ୍ନତି ସୁନିଶ୍ଚିତ ହେବ।

publive-imageସିଂହ: ଅନ୍ୟମାନେ ଆପଣଙ୍କ ଯୋଜନା ଦ୍ବାରା ପ୍ରଭାବିତ ହେବେ। ପରିବାର ଲୋକ ଆପଣଙ୍କୁ ସାହାଯ୍ୟ କରିବେ। ସ୍ବାସ୍ଥ୍ୟ ଓ ଖାଦ୍ୟ ପାନୀୟ ପ୍ରତି ସଚେତ ରୁହନ୍ତୁ।

publive-imageକନ୍ୟା: ଦିନଟି ବ୍ୟସ୍ତତାରେ କଟିବ। ଆପଣ କୌଣସି ଜିନିଷ କେଉଁଠି ରଖିଦେଇ ପାସୋରି ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ।

publive-imageତୁଳା: ସମ୍ବନ୍ଧ ମାମଲାରେ ନୂତନତ୍ବ ଆସିବ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବିଦେଶ ଯିବାର ମଉକା ମିଳିବ।

publive-imageବିଛା: ଭାଗ୍ୟର ପୂର୍ଣ୍ଣ ସହାୟତା ପାଇବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାଥୀଙ୍କୁ ଉପହାର ଦେବା ପାଇଁ ଭାବିବେ।

publive-imageଧନୁ: ଆପଣ ଅଧିକାଂଶ ସମୟ ପରିବାର ଲୋକଙ୍କ ସହିତ ଅତିବାହିତ କରିବେ। ନୂଆ କାମରେ ଆଶାନୁରୂପ ଫଳ ମିଳିବ। ସାମାଜିକ ସ୍ତରରେ ପ୍ରତିଷ୍ଠା ବଢ଼ିବ।

publive-imageମକର: କାରବାରରେ ପୁଞ୍ଜି ଲଗାଇବା ପାଇଁ ଭାବିପାରନ୍ତି। ମନ ଚାହୁଥିବା କଂପାନିରେ ଚାକିରି ମିଳିବା ହେତୁ ଖୁସି ହେବେ। ଛାତ୍ରଙ୍କ ଲାଗି ଦିନଟି ବହୁତ ଭଲ।

publive-image

କୁମ୍ଭ: ପୁରୁଣା ଝଞଟ ଠାରୁ ଦୂରରେ ରୁହନ୍ତୁ। ନିବେଶ ବିଷୟରେ ଆପଣଙ୍କୁ ନୂଆ ପରାମର୍ଶ ମିଳିପାରେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

publive-imageମୀନ: ଚାକିରିଜୀବୀଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ। ମହିଳାମାନେ ଘର କାମରେ ବ୍ୟସ୍ତ ରହିବେ। ପ୍ରେମିକଙ୍କ ଠାରୁ ଉପହାର ପାଇବେ।