ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଅଧିକ ଲାଗି ରହିବ। ଶାନ୍ତ ମନରେ କାମ କରନ୍ତୁ, କାମ ସଂପୂର୍ଣ୍ଣ ହେବ। ପ୍ରିୟତମଙ୍କ ସହିତ ସମ୍ବନ୍ଧ ଉତ୍ତମ ରହିବ।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହଯୋଗରେ ଆପଣଙ୍କର ଉତ୍ସାହ ଦିଗୁଣା ହେବ। କୌଣସି ନିକଟ ସଂପର୍କୀୟଙ୍କ ସହିତ ସାକ୍ଷାତ ହେବ। ଅଫିସରେ ଉତ୍ସାହଜନକ କାମ ମିଳିପାରେ।

ମିଥୁନ: ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଆର୍ଥିକ ସ୍ଥିତି ଭଲ ରହିବ। ବ୍ୟବସାୟୀଙ୍କୁ ଭଲ ସୁଯୋଗ ମିଳିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।

କର୍କଟ: ଭାବିଥିବା କାମ ନିଜ ବଳରେ ସଂପୂର୍ଣ୍ଣ କରିବେ। ବେକାରଙ୍କ ଲାଗି ଚାକିରିର ସୁଯୋଗ ଆସିବ। ପାରିବାରିକ କାମରେ ଘର ଲୋକ ସାହାଯ୍ୟ କରିବେ।

ସିଂହ: ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଖଟାମିଠା ରହିବ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ।

କନ୍ୟା: କରୁଥିବା କାମରେ ଲାଭ ପାଇବେ। କାହାରି ସହିତ ଯୁକ୍ତିତର୍କ କରନ୍ତୁ ନାହିଁ। ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ। ପ୍ରେମୀଯୁଗଳ ଏକାନ୍ତରେ ସମୟ ଅତିବାହିତ କରିବେ।

ତୁଳା: ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ବୁଲାବୁଲି ଓ ମନୋରଂଜନ କାର୍ଯ୍ୟରେ ସମୟ ବିତିବ। ସମ୍ବନ୍ଧରେ ମଧୁରତା ଆସିବ। ରାଜନୀତିରେ ଆର୍ଥିକ ଲାଭ ହେବ।

ବିଛା: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରିରେ ଉନ୍ନତି ହେବ। ବ୍ୟବସାୟରେ ଲାଭ ପାଇବେ। ସାମାଜିକ ସଭାରେ ଆବଶ୍ୟକତା ଠାରୁ ଅଧିକ କୁହନ୍ତୁ ନାହିଁ।

ଧନୁ: ଅଫିସରେ ଆପଣଙ୍କୁ ଅଧିକ ସମୟ କାମ କରିବାକୁ ପଡ଼ିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ଅବିବାହିତଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମକର: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। କାହାରି ପ୍ରରୋଚନାରେ ପଡ଼ନ୍ତୁନାହିଁ। ଅନାବଶ୍ୟକ ଯାତ୍ରା ପରିହାର କରନ୍ତୁ। କାମ ସକାରାତ୍ମକ ଭାବେ ସଂପୂର୍ଣ୍ଣ ହେବ।

କୁମ୍ଭ: କୌଣସି ପ୍ରୋଜେକ୍ଟରେ ଅଧିକ ଲାଭ ହୋଇପାରେ। ଅଧିକ କାମ କରିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। କାହାରି ପ୍ରତି ଆପଣଙ୍କ ମତ ନିଜ ମଧ୍ୟରେ ସୀମିତ ରଖନ୍ତୁ।

ମୀନ: କାମ ପ୍ରତି ଆପଣଙ୍କର ଏକାଗ୍ରତା ବଜାୟ ରହିବ। କିଛି ନୂଆ ଲୋକଙ୍କ ସହିତ ମିଶିବା ପାଇଁ ମଉକା ମିଳିପାରେ। ପରିବାରରେ କାହାରି ସହିତ ମତଭେଦ ହେବ।

ସମ୍ବନ୍ଧିତ ଖବର