ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ବିଚାରକୁ ନିର୍ଭୀକ ଭାବେ ବ୍ୟକ୍ତ କରନ୍ତୁ। ଧୀରେ କୁହନ୍ତୁ, କିନ୍ତୁ ସ୍ପଷ୍ଟ ରୂପେ କୁହନ୍ତୁ। ଘରର କୌଣସି ନୂଆ ଦାୟିତ୍ବ ସମ୍ଭାଳିବେ। ବକେୟା ଅର୍ଥ ପାଇବେ।

ବୃଷ: ଘରେ ସନ୍ତୁଷ୍ଟି ଭରା ଦିନଟିଏ ଅତିବାହିତ କରିବେ। ସ୍ବାଦିଷ୍ଠ ଭୋଜନ କରିବେ। ବ୍ୟବସାୟ କାମରେ ପରିବାର ଲୋକଙ୍କର ପୂରା ସହଯୋଗ ପାଇବେ।

ମିଥୁନ: ସୃଜନଶୀଳ କାର୍ଯ୍ୟରେ ମନ ଲାଗିବ। କୌଣସି ମଞ୍ଚରେ ଅଭିନୟ ପାଇଁ ସୁଯୋଗ ପାଇବେ। ପ୍ରେମିକାଙ୍କୁ ମନର କଥା କହିବେ। ଆଶାଠୁଁ ଅଧିକ ଲାଭ ପାଇବେ।

କର୍କଟ: ପୂର୍ବ ମନୋକାମନା ପୂରଣ ହେବ। ମହିଳାମାନଙ୍କ ଲାଗି ଦିନଟି ସୌହାର୍ଦ୍ଦ୍ୟପୂର୍ଣ୍ଣ ରହିବ। କ୍ୟାରିୟର ସମ୍ବନ୍ଧରେ ନୂଆ ସୁଯୋଗ ପାଇବେ।

ସିଂହ: କାମ, ପରିବାର ଓ ବନ୍ଧୁ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସରକାରୀ ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ସୁସମ୍ବାଦ ପାଇବେ।

କନ୍ୟା: ଶାନ୍ତ ରହି ନିଜର ପ୍ରାଥମିକତା ଚୟନ କରନ୍ତୁ। ନିଜର ବ୍ୟବହାରରେ ଟିକେ ବିନମ୍ରତା ରଖନ୍ତୁ। ନୂଆ ଲୋକଙ୍କ ସହିତ ସାକ୍ଷାତ ଲାଭପ୍ରଦ ହେବ।

ତୁଳା: ଆର୍ଥିକ ସ୍ଥିତି ଅନୁଯାୟୀ ଭବିଷ୍ୟତ ପାଇଁ ଯୋଜନା କରନ୍ତୁ। ଅନ୍ୟ ରାଜ୍ୟରେ ବେପାର ବିସ୍ତାର କରିବା ଲାଗି ପ୍ରୟାସ କରିବେ। ସମ୍ବନ୍ଧରେ ମଧୁରତା ବଜାୟ ରହିବ।

ବିଛା: ଖୋଦକୁ ସୁସ୍ଥ ଅନୁଭବ କରିବେ। ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ଦୂର କରିବେ। ବିଦେଶରେ ଚାକିରି କରିବାକୁ ଇଚ୍ଛୁକ ବ୍ୟକ୍ତି କିଛି ଦିନ ଧୈର୍ଯ୍ୟ ଧରି ରୁହନ୍ତୁ।

ଧନୁ: ଧାର୍ମିକ କାର୍ଯ୍ୟରେ ଧ୍ୟାନ ଲାଗି ରହିବ। ବେପାର ବୃଦ୍ଧି ଲାଗି କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ। ପିତାମାତା ଆପଣଙ୍କ ପରିଶ୍ରମରେ ଖୁସି ରହିବେ।

ମକର: ଆପଣ ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ସରକାରୀ କ୍ଷେତ୍ରରେ ଲାଭ ହେବାର ସମ୍ଭାବନା ଅଛି। ଘର ପାଇଁ କୌଣସି ପ୍ଲାଷ୍ଟିକ ଜିନିଷ କିଣିବେ।

କୁମ୍ଭ: ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। କଂପାନିରେ ଚାକିରି କରୁଥିବା ଲୋକଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ।

ମୀନ: ଶାରୀରିକ ଓ ମାନସିକ ରୂପେ ସୁସ୍ଥ ରହିବେ। ଆପଣଙ୍କ କାମର ପ୍ରଶଂସା ହୋଇପାରେ। ସରକାରୀ ଚାକିରିଆଙ୍କର ଭଲ ଜାଗାକୁ ବଦଳି ହେବ।

ସମ୍ବନ୍ଧିତ ଖବର