ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନକୁ ସକାରାତ୍ମକ କରି ଗଢ଼ନ୍ତୁ। ଯେଉଁ କାମ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ କରନ୍ତୁ। ନୂଆ ଚାକିରି ମିଳିବା ଯୋଗ ରହିଛି।

ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ନୂଆ ବ୍ୟବସାୟରେ ନିବେଶ କରିପାରନ୍ତି। ସାମାଜିକ କାର୍ଯ୍ୟକଳାପରେ ମହିଳାମାନଙ୍କର ସମ୍ମାନ ବୃଦ୍ଧି ହେବ।

ମିଥୁନ: ଅଫିସରେ ନୂଆ ପ୍ରୋଜେକ୍ଟରେ କାମ କରିପାରନ୍ତି। ଲାଗି ରହିଥିବା କାନୁନ ବିବାଦ ସମାପ୍ତ ହୋଇଯିବ। ନୂଆ ଘର କିଣିବା ଲାଗି ଆଗ୍ରହ ବଢ଼ିବ।

କର୍କଟ: ଚାକିରି ଓ ବ୍ୟବସାୟରେ ଉନ୍ନତି କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ଦୂର ସ୍ଥାନକୁ ଯାଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସିଂହ: ଚାକିରିଜୀବୀଙ୍କ ଲାଗି ଦିନଟି ଉତ୍ତମ। ଦରମା ବୃଦ୍ଧି ହୋଇପାରେ। ଜୀବନସାଥୀ ଆପଣଙ୍କୁ ସୁନ୍ଦର ଉପହାର ଦେଇପାରନ୍ତି। ଘରେ ଶାନ୍ତି ଓ ସୁଖଦ ବାତାବରଣ ରହିବ।

କନ୍ୟା: ସ୍ବାସ୍ଥ୍ୟରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଧନଲାଭ ପାଇଁ ନୂଆ ରାସ୍ତା ଖୋଲିବ। ବିବାହିତ ଲୋକଙ୍କ ଲାଗି ଦିନଟି ଉତ୍ତମ ରହିବ।

ତୁଳା: ଆପଣଙ୍କର ମଧୁର ବ୍ୟବହାର ଅନ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିବ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବା ଯୋଗୁଁ ପଦୋନ୍ନତି ମିଳିପାରେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବିଛା: ଅହଂକାର ତ୍ୟାଗ କରନ୍ତୁ, ଆପଣଙ୍କର ଭଲ ହେବ। ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବାର ସୁଯୋଗ ପାଇବେ। ବ୍ୟବସାୟରେ ନୂଆ ଦିଗ ମିଳିବ।

ଧନୁ: ପରିବାର ସହିତ ଧାର୍ମିକ ସ୍ଥାନକୁ ଯାଆନ୍ତୁ ଶୁଭ ହେବ। ଆଇନ ବିବାଦ ସମାଧାନ କରିବାରେ ସଫଳତା ପାଇବେ। ପୂର୍ବ କଥା ପାସୋରି ନୂଆ କାମ ଆରମ୍ଭ କରନ୍ତୁ।

ମକର: ଲୋକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବାରେ ସଫଳ ହେବେ। ବଡ଼ କଂପାନିରେ ଚାକିରିର ପ୍ରସ୍ତାବ ମିଳିପାରେ। ଛାତ୍ରଛାତ୍ରୀ ନିଜର ଲକ୍ଷ୍ୟ ନେଇ ଯୋଜନା କରିବେ।

କୁମ୍ଭ: ସାରାଦିନ କାମରେ ବ୍ୟସ୍ତ ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି।

ମୀନ: ଅନ୍ୟମାନଙ୍କ ସମ୍ମୁଖରେ ନିଜର କଥାକୁ ଠିକ୍ ଭାବେ ରଖିପାରିବେ। ଆୟ ବୃଦ୍ଧି ପାଇଁ ନୂଆ ରାସ୍ତା ଖୋଲିବ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧିତ ଖବର