ଜାଣନ୍ତୁ ଆଜିର ରାଶିଫଳ

ମେଷ: ବନ୍ଧୁ ସହାୟତାରେ ଅଧୁରା କାମ ସଂପୂର୍ଣ୍ଣ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭପ୍ରଦ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

ବୃଷ: ପିଲାମାନଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ଧନଲାଭ ଯୋଗ ରହିଛି। ବିଦେଶରେ ବେପାର କରିବା ଲାଗି ଆଗ୍ରହୀ ବ୍ୟକ୍ତିମାନେ କିଛି ଦିନ ଅପେକ୍ଷା କରନ୍ତୁ।

ମିଥୁନ: ଶାରୀରିକ ଓ ମାନସିକ ରୂପେ ଠିକ୍ ରହିବେ। ବେପାରରେ ଲାଭ ହେବ। ଜୀବନସାଥୀଙ୍କ ସହିତ କୌଣସି କଥାକୁ ନେଇ ତର୍କ ହେବ। ଛାତ୍ରଙ୍କୁ ପରିଶ୍ରମ କରିବାକୁ ହେବ।

କର୍କଟ: ଅଫିସ କାମ ବିଳମ୍ବରେ ସଂପୂର୍ଣ୍ଣ ହେବ। ଦୀର୍ଘ ଦିନରୁ ଲାଗି ରହିଥିବା ମକଦ୍ଦମାରେ ବିଜୟ ଲାଭ କରିବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ।

ସିଂହ: ମନ ଧର୍ମକାର୍ଯ୍ୟରେ ଲାଗି ରହିବ। ଇସ୍ପାତ ବ୍ୟବସାୟୀଙ୍କୁ କମ୍ ଲାଭ ମିଳିବ। ଘରକୁ କୌଣସି ବନ୍ଧୁ ଆସିବେ। ପ୍ରେମୀଯୁଗଳ ତର୍କବିତର୍କ ଠାରୁ ଦୂରରେ ରୁହନ୍ତୁ।

କନ୍ୟା: ଆପଣଙ୍କ ବ୍ୟବହାରରେ ଟିକେ ପରିବର୍ତ୍ତନ ଆଣନ୍ତୁ। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଅଫିସରେ କୌଣସି ନୂଆ କାମ କରନ୍ତୁ। ପ୍ରେମ ଜୀବନ ଭଲ ରହିବ।

ତୁଳା: ନିଜକୁ ଶକ୍ତିବାନ ଅନୁଭବ କରିବେ। ଇଂଜିନିୟର ନିଜର ଅନୁଭବକୁ ଠିକ୍ ଦିଶାରେ ପ୍ରୟୋଗ କରିବେ। ଅଚାନକ ଧନଲାଭ ହେବ।

ବିଛା: ଦାମ୍ପତ୍ୟ ଜୀବନ ଉତ୍ତମ କରିବା ପାଇଁ ଚେଷ୍ଟା କରିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ବ୍ୟବସାୟରେ ନୂଆ ଗତି ଦେବାକୁ ଚେଷ୍ଟା କରିବେ।

ଧନୁ: ବେପାରରେ ଧନ ନିବେଶ କରନ୍ତୁ, ଲାଭ ହେବ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନ ମିଳିବ। ମହିଳାମାନେ ଘର ସଜାଇବାରେ ଧ୍ୟାନ ଦେଇପାରନ୍ତି।

ମକର: ନୂଆ କାମ ଆରମ୍ଭ କରିବା ଲାଗି ଦିନଟି ଶୁଭ। କୌଣସି ଖୁସି ଖବର ପାଇବେ। ଜୀବନସାଥୀ ମନର କୌଣସି ବିଶେଷ ଆଶା ପୂରା କରିବେ।

କୁମ୍ଭ: ଆର୍ଥିକ ପକ୍ଷ ମଜଭୁତ ହେବ। ସ୍ବାସ୍ଥ୍ୟ ଠିକ୍ ରହିବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ଲାଗି ଦିନଟି ଶୁଭ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

ମୀନ: ଧନପ୍ରାପ୍ତିର ଭଲ ଯୋଗ ରହିଛି। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପିତ କରିବେ। ବାପାଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଅବିବାହିତଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର