ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ପ୍ରତିଟି କାମ ସହଜରେ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ହେବ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ଠିକ୍ ରହିବ।

ବୃଷ: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗିବ। ଲାଗି ରହିଥିବା ଅଶାନ୍ତି ସମାପ୍ତ ହୋଇଯିବ। ବେପାର ବୃଦ୍ଧି ପାଇଁ କୌଣସି ବଡ଼ କଂପାନି ସହିତ ଡିଲ୍ କରିବେ।

ମିଥୁନ: ମାତା-ପିତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ। ପଡ଼ୋଶୀ ମତଭେଦ ପାସୋରି ବନ୍ଧୁତାର ହାତ ବଢ଼ାଇବେ। କଂପ୍ୟୁଟର ବ୍ୟବସାୟୀଙ୍କୁ ଲାଭ ମିଳିବ।

କର୍କଟ: ଘର କାମରେ ଅଧିକ ସମୟ ଦେବେ। ପରିବାର ସହିତ ସ୍ବାଦିଷ୍ଠ ଭୋଜନ କରିବାରେ ଆପଣଙ୍କୁ ଆନନ୍ଦ ମିଳିବ। ସମାଜରେ ଯଶ ଖ୍ୟାତି ବଢ଼ିବ।

ସିଂହ: କୌଣସି ଆପଣାର ଲୋକଙ୍କ ଠାରୁ ଖୁସି ଖବର ପାଇବେ। ସବୁ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହେବ। ଆପଣଙ୍କ ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ପାଇପାରନ୍ତି।

କନ୍ୟା: ମାନସିକ ରୂପେ ଖୁସି ରହିବେ। ନୂଆ ଲୋକଙ୍କ ସହିତ ଡିଲ୍ ପକ୍କା ହୋଇପାରେ। ସନ୍ଧ୍ୟାରେ ବନ୍ଧୁମାନଙ୍କ ସହିତ ସମୟ ଅତିବାହିତ କରିବେ।

ତୁଳା: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବାର ସୁଯୋଗ ପାଇବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

ବିଛା: ଦିନଟି ଆରାମରେ କଟିବ। କବିମାନଙ୍କ ଲାଗି ଦିନଟି ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ରହିବ। ଆମଦାନି ରପ୍ତାନିରେ ଆପଣଙ୍କ କଂପାନିକୁ ଲାଭ ହେବ। ପ୍ରେମ ସଂପର୍କ ନିବିଡ଼ ହେବ।

ଧନୁ: ମହିଳାମାନଙ୍କ ଲାଗି ଦିନଟି ଆରାମଦାୟକ ରହିବ। ଆପଣଙ୍କ ତାଲିକାରେ କିଛି ନୂଆ ସଂପର୍କ ଯୋଡ଼ିବେ। ଠିକାଦାର ନୂଆ ଟେଣ୍ଡର ପାଇବେ।

ମକର: ପୂର୍ବରୁ କରିଥିବା ସାମାଜିକ କାର୍ଯ୍ୟ ପାଇଁ ସମ୍ମାନିତ ହୋଇପାରନ୍ତି। ବିବାହିତ ଜୀବନସାଥୀଙ୍କ ସହିତ ସନ୍ଧ୍ୟା ସମୟ ଅତିବାହିତ କରିବେ। ସ୍ବାସ୍ଥ୍ୟ ନେଇ ସାବଧାନ ରୁହନ୍ତୁ।

କୁମ୍ଭ: କୌଣସି ସଂପର୍କୀୟ ଆପଣଙ୍କୁ ଦେଖା କରିବାକୁ ଆସି ପାରନ୍ତି। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ବିବାହିତଙ୍କ ଲାଗି ଦିନଟି ସୁଖକର ରହିବ।

ମୀନ: ଅଫିସରେ ସହକର୍ମୀଙ୍କର ଭୁଲ୍ ପାଇଁ ତାଙ୍କ ସହିତ ତର୍କ ନ କରି କ୍ଷମା କରି ଦିଅନ୍ତୁ। ବ୍ୟବସାୟ କାମରେ ସମସ୍ୟା ହୋଇପାରେ। ଘରର ନୂଆ ଦାୟିତ୍ବ ସମ୍ଭାଳିବାକୁ ପଡ଼ିବ।

ସମ୍ବନ୍ଧିତ ଖବର