ଜାଣନ୍ତୁ ଆଜିର ରାଶିଫଳ

ମେଷ: ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଚିନ୍ତା କରିବେ। ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। ସ୍ବାସ୍ଥ୍ୟ ଠିକ୍ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

ବୃଷ: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ମିଥୁନ: ସୁସ୍ଥ ରହିବା ଲାଗି ଖାଦ୍ୟ ପାନୀୟ ପ୍ରତି ଧ୍ୟାନ ଦିଅନ୍ତୁ। ବେପାରରେ ଲାଭ ହେବ। ପାରିବାରିକ ସମ୍ବନ୍ଧ ଉତ୍ତମ ରହିବ। ପ୍ରେମୀଯୁଗଳ ପରସ୍ପରର ଭାବନାକୁ ସମ୍ମାନ କରିବେ।

କକର୍ଟ: ଆପଣଙ୍କର ବ୍ୟକ୍ତିତ୍ବ ସୁବାସ ଭଳି ଚାରିଆଡ଼େ ମହକିବ। ଲେଖକ ଓ କଳାକାରଙ୍କ ଲାଗି ସମୟ ଅନୁକୂଳ। ଛାତ୍ର କୌଣସି କାମ ପାଇଁ ବାପାଙ୍କର ସାହାଯ୍ୟ ନେବେ।

ସିଂହ: ଚିକିତ୍ସା କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କୁ କିଛି ନୂଆ ଶିଖିବାକୁ ମିଳିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଦାମ୍ପତ୍ୟ ସମ୍ବନ୍ଧ ମଜଭୁତ ହେବ।

କନ୍ୟା: ଅଫିସରେ କାମ ସଂପୂର୍ଣ୍ଣ କରିବାକୁ ଅଧିକ ସମୟ ଲାଗିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ। ପ୍ରେମ ଜୀବନ ମଧୁର ହେବ। ଛାତ୍ରଙ୍କୁ କୌଣସି ଖୁସି ଖବର ମିଳିବ।

ତୁଳା: ଭାଇଭଉଣୀ କାମ ସଂପୂର୍ଣ୍ଣ କରିବାରେ ସାହାଯ୍ୟ କରିବେ। ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ଥିବା ଲୋକଙ୍କର ଆୟ ବଢ଼ିବ। ପ୍ରେମୀଯୁଗଳ ବୁଲିବାର ଯୋଜନା କରିବେ।

ବିଛା: ଅଫିସରେ କୌଣସି ନୂଆ କାମ କରିବେ। ପରିବାର ଲୋକଙ୍କ ସହିତ କୌଣସି ଗମ୍ଭୀର ମାମଲାରେ କଥା ହେବେ। ଜୀବନସାଥୀ ଆପଣଙ୍କ ବିଚାରରେ ପ୍ରଭାବିତ ହେବେ।

ଧନୁ: ପ୍ରତିଟି କାମରେ ସାବଧାନ ରୁହନ୍ତୁ। ଧନଲାଭର ସୁଯୋଗ ହାତଛଡ଼ା ହୋଇପାରେ। ଜୀବନସାଥୀ ସହିତ ପ୍ରେମପୂର୍ବକ କଥା କୁହନ୍ତୁ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ମିଳିବ।

ମକର: ଜୀବନସାଥୀଙ୍କ ସହିତ ମନୋମାଳିନ୍ୟ ହୋଇପାରେ। ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ। କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ।

କୁମ୍ଭ: ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ଲମ୍ବା ସମୟ ଧରି କଥା ହେବେ। ସମସ୍ୟାର ସମାଧାନ ବାହାରିବ। ଜୀବନସାଥୀଙ୍କୁ ଉପହାର ଦେବା ପାଇଁ କଥା ଦେବେ।

ମୀନ: ଅଫିସ କାମ ସମାପ୍ତ କରିବାରେ ଅଧିକ ସମୟ ଲାଗିବ। ଜିଲ୍ଲା ବାହାରେ ବେପାର ବିସ୍ତାର କରିବା ଲାଗି ଚେଷ୍ଟା କରିବେ। କୌଣସି ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି।

ସମ୍ବନ୍ଧିତ ଖବର