ଜାଣନ୍ତୁ ଆଜିର ରାଶିଫଳ

ମେଷ: ସକାରାତ୍ମକ ଭାବନାରେ ପରିପୂର୍ଣ୍ଣ ରହିବେ। ନିଜର ଯୋଜନା ଅନ୍ୟମାନଙ୍କୁ କୁହନ୍ତୁ ନାହିଁ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ବୃଷ: ବଡ଼ଙ୍କର ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଜୀବନସାଥୀଙ୍କ ସହିତ ସିନେମା ଦେଖିବାର ଯୋଜନା କରିବେ।

ମିଥୁନ: କାରବାର ସମ୍ବନ୍ଧୀୟ ଜରୁରୀ କାମ ସଂପୂର୍ଣ୍ଣ ହେବ। ବିରୋଧୀମାନେ କ୍ଷତି କରିପାରନ୍ତି, ତେଣୁ ସତର୍କତା ଅବଲମ୍ବନ କରନ୍ତୁ। ସାଥୀଙ୍କ ଠାରୁ ଭଲ ଖବର ପାଇବେ।

କର୍କଟ: କାମ ସଂକ୍ରାନ୍ତରେ ବ୍ୟସ୍ତ ରହିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ନୂଆ ପ୍ରୋଜେକ୍ଟ ଲାଗି ଯୋଜନା କରିବେ।

ସିଂହ: ବାପାଙ୍କ ପ୍ରଦର୍ଶିତ ମାର୍ଗରେ ଆଗକୁ ବଢ଼ିଲେ ସଫଳତା ପାଇବେ। ଅଫିସରେ ଆପଣଙ୍କୁ ନୂଆ ଦାୟିତ୍ବ ମିଳିପାରେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ।

କନ୍ୟା: ଉଦାର ସ୍ବଭାବ ଆପଣଙ୍କ ପାଇଁ ପ୍ରସନ୍ନତାର ମୁହୂର୍ତ୍ତ ନେଇ ଆସିବ। ସମସ୍ତଙ୍କ ସହିତ ଭଲ ବ୍ୟବହାର କରନ୍ତୁ। ଜରୁରୀ କାମରେ ଭଉଣୀଙ୍କୁ ସାହାଯ୍ୟ କରିପାରନ୍ତି।

ତୁଳା: କ୍ଷୁଦ୍ର ଉଦ୍ୟୋଗୀଙ୍କ ଲାଗି ଦିନଟି ଭଲ। ପାଖ ଲୋକ ଆପଣଙ୍କର ଖୁସିକୁ ଦିଗୁଣା କରିବେ। ଶାରୀରିକ ରୂପେ ସୁସ୍ଥ ରହିବେ। ଛାତ୍ରଙ୍କର ମନ କିଛି ଶିଖିବା ପାଇଁ ଆଗ୍ରହ ହେବ।

ବିଛା: ଧୀଶକ୍ତି ବଳରେ ପ୍ରତ୍ୟେକ ସ୍ଥିତିକୁ ନିୟନ୍ତ୍ରଣ କରିନେବେ। ବିବାହିତଙ୍କ ଲାଗି ଦିନଟି ସୁଖକର ରହିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ଧନୁ: କାର୍ଯ୍ୟକ୍ଷେତ୍ରରେ ଅଧିକ କାମ କରିବାକୁ ପଡ଼ିପାରେ। ଆପଣଙ୍କ ଶତ୍ରୁ ଦୂରରେ ରହିବେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ। ଶାରୀରିକ ରୂପେ ସୁସ୍ଥ ରହିବେ।

ମକର: ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ଗବେଷଣାରତ ଛାତ୍ରଙ୍କୁ କୌଣସି ବଡ଼ ସଫଳତା ମିଳିବ।

କୁମ୍ଭ: ଘରେ ଧାର୍ମିକ କାର୍ଯ୍ୟ କରିବା ଲାଗି ଯୋଜନା ତିଆରି କରିବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ।

ମୀନ: ବିବାଦ ଠାରୁ ଦୂରରେ ରୁହନ୍ତୁ। ନିଜ ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ସମାଜ ସେବା କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର