ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆଗକୁ ବଢ଼ିବା ପାଇଁ ଦିନଟି ଉତ୍ତମ। କର୍ମକ୍ଷେତ୍ରରେ ଆଶାନୁରୂପ ସଫଳତା ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଘରେ ସିନେମା ଦେଖିବାର ଯୋଜନା କରିବେ।

ବୃଷ: ନୂଆ କାମ ଆରମ୍ଭ କରିବା ପାଇଁ ଧ୍ୟାନ କେନ୍ଦ୍ରୀତ କରନ୍ତୁ। ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ଅବିବାହିତଙ୍କ ଲାଗି ଭଲ ବିବାହ ପ୍ରସ୍ତାବ ଆସିବ।

ମିଥୁନ: ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିପାରେ। କାମ ବୃଦ୍ଧି ହେତୁ ଧନଲାଭର ସମ୍ଭାବନା ସୃଷ୍ଟି ହେବ। ରାଜନୀତିକ ଲୋକଙ୍କର ସମାଜରେ ପ୍ରତିଷ୍ଠା ବଢ଼ିବ।

କର୍କଟ: ଠିକ୍ ଭାବରେ କାମ କଲେ ଯାଇ ଆପଣଙ୍କୁ ସଫଳତା ମିଳିବ। ଛାତ୍ରଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ନବ ବିବାହିତଙ୍କ ଲାଗି ଦିନଟି ଭଲ ରହିବ।

ସିଂହ: ପରିବାର ଓ ବନ୍ଧୁ ସହିତ ତାଳମେଳ ବଜାୟ ରହିବ। ଅଫିସରେ ଲୋକେ ଆପଣଙ୍କ କାମର ଖୁବ୍ ପ୍ରଶଂସା କରିବେ। ନିଜର ଓଜନ ପ୍ରତି ଧ୍ୟାନ ଦିଅନ୍ତୁ।

କନ୍ୟା: କଥା କହିବା କୌଶଳ ଦ୍ବାରା ଲୋକମାନଙ୍କୁ ନିଜ କଥା ବୁଝାଇବାରେ ସକ୍ଷମ ହେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ହେବ।

ତୁଳା: ଭାବିଥିବା କାମ କାହାରି ସାହାଯ୍ୟରେ ପୂରା ହୋଇଯିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ବିଛା: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ସମ୍ମାନିତ ଲୋକଙ୍କ ସହିତ କଥା ହେବାର ମଉକା ପାଇପାରନ୍ତି। ଜୀବନସାଥୀଙ୍କ ସାହାଯ୍ୟରେ ଆର୍ଥିକ ସ୍ଥିତି ସୁଧୁରିବ।

ଧନୁ: ଭଲଭାବେ କାମ କରିବା ଲାଗି ଦିନଟି ଉତ୍ତମ। କୌଣସି ମଞ୍ଚରେ ଗୀତ ଗାଇବା ପାଇଁ ସୁଯୋଗ ମିଳିପାରେ। ରାଜନୀତି କ୍ଷେତ୍ରରେ ଥିବା ଲୋକ ସଫଳତା ପାଇବେ।

ମକର: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାର୍ଯ୍ୟରେ ଖୁସି ହୋଇ ଉପହାର ଦେଇପାରନ୍ତି। ପ୍ରେମୀଯୁଗଳଙ୍କ ମଧ୍ୟରେ ମଧୁରତା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କୁମ୍ଭ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଉତ୍ପନ୍ନ ହେବ। ନୂଆ କାମ କରିବାକୁ ଅତି ଉତ୍ସୁକ ଥିଲେ ନୂଆ କଳା କୌଶଳ ଶିଖିବାକୁ ପ୍ରୟାସ କରନ୍ତୁ। ପ୍ରେମରେ ସଫଳତା ପାଇବେ।

ମୀନ: ଉତ୍ତମ ପରିଣାମ ଲାଗି ନିଜ ଉପରେ ଭରସା ରଖନ୍ତୁ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସମ୍ବନ୍ଧିତ ଖବର