ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆତ୍ମବିଶ୍ବାସ ଓ ଆଶା ନେଇ ଆଗକୁ ବଢ଼ିବାର ଦିନଟିଏ। କାର୍ଯ୍ୟକ୍ଷେତ୍ରରେ ନୂଆ ଉପାୟ ଗ୍ରହଣ କରିବାକୁ ଚେଷ୍ଟା କରନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ବୃଷ: ଏଭଳି ପରିସ୍ଥିତି ସୃଷ୍ଟି ହେବ ଯେ ପୂର୍ବ ସମସ୍ୟା ଆପଣଙ୍କ ଆଗରେ ଉଭା ହେବ। ସମାଧାନ ପାଇଁ ଘରର ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ।

ମିଥୁନ: ସମସ୍ତଙ୍କ ଆଶୀର୍ବାଦ ସୁଖଦ ପରିଣାମ ନେଇ ଆସିବ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

କର୍କଟ: ମନରେ ସକାରାତ୍ମକ ଭାବନା ସୃଷ୍ଟି ହେବ। ଉନ୍ନତି ପାଇଁ ନୂଆ ପଥ ଖୋଲିବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସିଂହ: ବ୍ୟବସାୟ ଆଗକୁ ବଢ଼ାଇବା ପାଇଁ ଭାବିବେ। ଆର୍ଥିକ ମାମଲାରେ ଜୀବନସାଥୀଙ୍କ ଦରକାର ପଡ଼ିପାରେ। ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା: ନକାରାତ୍ମକ ଚିନ୍ତା ଆପଣଙ୍କ ମସ୍ତିଷ୍କରେ ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭର ଯୋଗ ରହିଛି। ଛାତ୍ର ଭବିଷ୍ୟତ ଲାଗି ଯୋଜନା ତିଆରି କରି ପଢ଼ନ୍ତୁ।

ତୁଳା: ନିଜ ଆତ୍ମବିଶ୍ବାସର ଆନନ୍ଦ ନିଅନ୍ତୁ। ଶତ୍ରୁଙ୍କୁ ପରାସ୍ତ କରିବେ। ପ୍ରେମୀଯୁଗଳ ଜଣେ ଅନ୍ୟଜଣଙ୍କର ଭାବନାକୁ ସମ୍ମାନ କରିବେ।

ବିଛା: ମହତ୍ତ୍ବପୂର୍ଣ୍ଣ କାମ ପୂରା ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୈଜ୍ଞାନିକଙ୍କୁ କୌଣସି ବଡ଼ ସଫଳତା ମିଳିବ। ବୈବାହିକ ଜୀବନ ଖୁସି ଭରା ରହିବ।

ଧନୁ: କାର୍ଯ୍ୟକ୍ଷେତ୍ରରେ ବଡ଼ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ଲୋକେ ଆପଣଙ୍କ ଶିଷ୍ଟତାରେ ପ୍ରଭାବିତ ହେବେ। ଘରୋଇ ତିକ୍ତତା କମିବ।

ମକର: ଜରୁରୀ କାମରେ କର୍ତ୍ତୃପକ୍ଷ ସାହାଯ୍ୟ କରିବେ। ପରିବାରରେ ଆପଣଙ୍କୁ କୌଣସି ନୂଆ ଦାୟିତ୍ବ ମିଳିବ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ।

କୁମ୍ଭ: କାରବାରରେ ଉତ୍‍ଥାନ ପତନ ଲାଗି ରହିବ। ଜୀବନସାଥୀଙ୍କର ସହଯୋଗ ଅଶାନ୍ତି କମ୍ କରିବ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଭଲ।

ମୀନ: ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ମହିଳାମାନଙ୍କୁ କାମରୁ ଟିକେ ଆରାମ ମିଳିବ। ବିବାହିତ ଲୋକଙ୍କର ଜୀବନସାଥୀଙ୍କ ସହିତ ମତାନ୍ତର ହୋଇପାରେ।

ସମ୍ବନ୍ଧିତ ଖବର