ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସ କାମରେ ଉପରିସ୍ଥ କର୍ମଚାରୀ ଆପଣଙ୍କୁ ସାହାଯ୍ୟ କରିବେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପରିବାରରେ ନୂଆ ଦାୟିତ୍ବ ଗ୍ରହଣ କରିବେ।

ବୃଷ: ଆତ୍ମବିଶ୍ବାସ ଓ ଆଶାଯୁକ୍ତ ଦିନଟିଏ। କିଛି ନୂଆ ଅନୁଭବ ହାସଲ କରିବେ। କାର୍ଯ୍ୟକ୍ଷେତ୍ରରେ ନୂଆ କୌଶଳ ଲଗାନ୍ତୁ. ଆର୍ଥିକ ସ୍ଥିତିରେ ସୁଧାର ହେବ।

ମିଥୁନ: କର୍ମଜୀବୀ ମହିଳାଙ୍କ ଲାଗି କାମର ବୋଝ କମ୍ ରହିବ। ଘରୋଇ ଖର୍ଚ୍ଚ କମ୍ ହେବ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ସୁଯୋଗ ପାଇବେ।

କର୍କଟ: ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ସିଂହ: ପରିସ୍ଥିତି ଏଭଳି ହେବ ଯେ ପୂର୍ବ ଜିନିଷକୁ ଆପଣଙ୍କ ଆଗରେ ଆଣି ଛିଡ଼ା କରିଦେବ। ଆପଣଙ୍କ ଚିନ୍ତା ବଢ଼ିପାରେ। ବନ୍ଧୁ ଠାରୁ ଆର୍ଥିକ ସହାୟତା ପାଇବେ।

କନ୍ୟା: କାରବାରରେ ଉତ୍‍ଥାନ ପତନ ଲାଗି ରହିବ। କୌଣସି ସମାଧାନ କରିବା ବେଳେ ବୁଝିବିଚାରି କାମ କରନ୍ତୁ। ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ।

ତୁଳା: ମସ୍ତିଷ୍କରେ ନକାରାତ୍ମକ ଚିନ୍ତା ଆସିବାକୁ ଦିଅନ୍ତୁ ନାହିଁ। ଧନଲାଭ ଓ ଖର୍ଚ୍ଚ ବୃଦ୍ଧିର ସମ୍ଭାବନା ଅଛି। ବ୍ୟାଙ୍କରେ କାମ କରୁଥିବା ଲୋକଙ୍କୁ ଭଲ ଖବର ମିଳିବ।

ବିଛା: ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ଶତ୍ରୁ ଦବି ରହିବେ। ଜରୁରୀ କାମ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂପୂର୍ଣ୍ଣ ହୋଇଯିବ। ଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ଯୋଗୁଁ ଆର୍ଥିକ ସ୍ଥିତିରେ ସୁଧାର ହେବ। ନୂଆ ବିଚାରକୁ ଖୋଲା ମନରେ ସ୍ବୀକାର କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ମକର: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ଶାରୀରିକ ଓ ମାନସିକ ଦୃଷ୍ଟିରୁ ଠିକ୍ ରହିବେ। ଜମି ଦଲାଲ ବକେୟା ଅର୍ଥ ପାଇବେ।

କୁମ୍ଭ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ନିଜର ଦାୟିତ୍ବକୁ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। ବିବାହିତ ବ୍ୟକ୍ତି ଜୀବନସାଥୀଙ୍କୁ ଅଧିକରୁ ଅଧିକ ସମୟ ଦିଅନ୍ତୁ।

ମୀନ: ଆପଣ ଯାହା ଚାହିଁବେ ତାହା ହାସଲ କରିପାରିବେ। ବ୍ୟବସାୟରେ ସ୍ଥିରତା ବଜାୟ ରହିବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅମନୋଯୋଗୀ ହେବେ।

ସମ୍ବନ୍ଧିତ ଖବର