ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। କୌଣସି ବିଶେଷ କାମ କରିବେ। ଆଜିର ସଉଦା ଆଗାମୀ ଦିନରେ ଲାଭଦାୟକ ସାବ୍ୟସ୍ତ ହେବ। ପ୍ରେମ ପ୍ରସଙ୍ଗରେ ସଫଳତା ନିଶ୍ଚିତ ମିଳିବ। ଶୁଭରଙ୍ଗ: ସବୁଜ। ଆରାଧନା: ବାବା ସାଇରାମ।

ବୃଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଆପଣଙ୍କ ଉନ୍ନତି ପଥରେ ଲାଗି ରହିଥିବା ବାଧା ଦୂର ହେବ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ। ଘରର ମାହୋଲ ଖୁସି ଭରା ରହିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲିଙ୍ଗରାଜ।

ମିଥୁନ: ଧୢାନ ଯୋଗରେ ମନରେ ସକାରାତ୍ମକ ଶକ୍ତି ସ˚ଚାର ହେବ। ନିଜ କାମରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ବଜାୟ ରହିବ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

କର୍କଟ: ରାଜନୈତିକ ପ୍ରଭାବ ବୃଦ୍ଧି ହେବ। କୌଣସି ମହତ୍ତ୍ବପୂର୍ଣ୍ଣ ଫଇସଲା ନେଇପାରନ୍ତି। ବ୍ୟବସାୟୀଙ୍କୁ ଧନଲାଭ ହେବ। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଲାଭପ୍ରଦ ହେବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ବିମଳା।

ସି˚ହ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ଲକ୍ଷ୍ୟ ପୂରା କରିବାରେ କାହାରି ସାହାଯ୍ୟ ମିଳିବ। ଭାଗୀଦାରି କାରବାରରୁ ଭଲ ଫଳାଫଳ ମିଳିବ। ଦାମ୍ପତ୍ୟ ଜୀବନରେ ପ୍ରେମ ବଜାୟ ରହିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ସମଲେଶ୍ବରୀ।

କନ୍ୟା: ପୂଜାପାଠରେ ଅଧିକ ଏକାଗ୍ରତା ଅନୁଭବ କରିବେ। ଧର୍ମ ସମ୍ବନ୍ଧରେ ଲୋକଙ୍କୁ ବୁଝାଇବେ। ବାହାର ଖାଦ୍ୟ ପରିହାର କରନ୍ତୁ। କାରବାରରେ ସଫଳତା ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ। ଶୁଭରଙ୍ଗ: ମେରୁନ। ଆରାଧନା: ବାବା ଗୁପ୍ତେଶ୍ବର।

ତୁଳା: ଆପଣଙ୍କ କାମକୁ କେହି ଆଲୋଚନା କରିବେ। ଆପଣ ବିଚଳିତ ନହୋଇ ନିଜ କାର୍ଯ୍ୟରେ ଧୢାନ କେନ୍ଦ୍ରୀଭୂତ କରନ୍ତୁ, ବିଳମ୍ବ ହେଲେ ବି ସବୁ ଠିକ୍‌ ହୋଇଯିବ। ରାଜନେତାଙ୍କୁ ପରିଶ୍ରମର ଫଳ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ବାବା କପିଳାସ।

ବିଛା: ଘର ଓ ଅଫିସରେ ଖୁସିର ବାତାବରଣ ରହିବ। ଷ୍ଟକ୍‌ ଓ ମ୍ୟୁଚୁଆଲ୍ ଫଣ୍ତରେ ବୁଝି ବିଚାରି ଅର୍ଥନିବେଶ କରନ୍ତୁ; ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହିତ ରାତ୍ରିଭୋଜନ ପାଇଁ ହୋଟେଲକୁ ଯାଇପାରନ୍ତି। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଭୈରବୀ।

ଧନୁ: ଆଜି ଆପଣ ଊର୍ଜାରେ ପରିପୂର୍ଣ୍ଣ ରହିବେ। କ୍ୟାରିୟର ମାମଲାରେ ଆପଣଙ୍କ ସହିତ କିଛି ଭଲ ହେବ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ଶ୍ରୀ ଗଣେଶ।

ମକର: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ନୂଆ ଲୋକଙ୍କ ସହିତ ପରିଚୟ ହୋଇପାରେ। ଅଫିସରେ କାମ ସହଜ‌େର ପୂରା ହୋଇଯିବ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ଗୋଲାପି। ଆରାଧନା: ମାଆ ଶାରଳା।

କୁମ୍ଭ: ଆପଣଙ୍କ ଲକ୍ଷ୍ୟ ହାସଲ କରିବା ସହଜ ହେବ। ଅଚାନକ କୌଣସି ସ˚ପର୍କୀୟ ଆପଣଙ୍କୁ ସାକ୍ଷାତ କରିବାକୁ ଆସିପାରନ୍ତି। ରାଜନୀତିରେ ମନକାମନା ପୂରା ହେବ। ନୂଆ ଘର କିଣିବା ଲାଗି ଯୋଜନା କରିବେ। ଶୁଭରଙ୍ଗ: ଘିଅ ରଙ୍ଗ। ଆରାଧନା: ମାଆ ଶାରଳା।

ମୀନ: ଯାତ୍ରା ଲାଗି ଦିନଟି ଅନୁକୂଳ। ଅଧୁରା ଥିବା କାମ ଯଥା ସମୟରେ କରିନେବେ। ଘରକୁ ନୂଆ ବନ୍ଧୁ ଆସିବା ହେତୁ ଖୁସିର ମାହୋଲ ରହିବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ପ୍ରେମ ସ˚ପର୍କରେ ମଧୁରତା ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଲୋକନାଥ।

ସମ୍ବନ୍ଧିତ ଖବର