ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜର ସ୍ବଭାବକୁ ସଂପୂର୍ଣ୍ଣ କୋମଳ ରଖନ୍ତୁ। ମନର କଥା ମନରେ ରଖନ୍ତୁ, ସମୟ ଆପଣଙ୍କ ସପକ୍ଷରେ ନାହିଁ। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

ବୃଷ: ଅଧିକତର କାମ ପାଇଁ ନିଜକୁ ପ୍ରସ୍ତୁତ ରଖିବେ। ସମାଜରେ କୌଣସି ସଂଗଠନ ଆରମ୍ଭ କରିବା ଲାଗି ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ।

ମିଥୁନ: ମନ ଧାର୍ମିକ କାମରେ ଅଧିକ ଲାଗି ରହିବ। ଅନ୍ତିମ ମୁହୂର୍ତ୍ତରେ ଯୋଜନା ପରିବର୍ତ୍ତନ କରିବେ। ଆମଦାନିର ନୂଆ ଉତ୍ସ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

କର୍କଟ: ନିଜର କାମ ପ୍ରତି ସତର୍କ ରୁହନ୍ତୁ। ବନ୍ଧୁଙ୍କ ବ୍ୟବହାର ଆଶ୍ଚର୍ଯ୍ୟଜନକ ହୋଇପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଜୀବନସାଥୀଙ୍କ ସହଯୋଗ ପାଇବେ।

ସିଂହ: ସାରାଦିନ ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ। ଜରୁରୀ କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ। ପ୍ରେମ ଜୀବନ ଭଲ ରହିବ।

କନ୍ୟା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କୌଣସି ବନ୍ଧୁ ଦେଖା କରିବା ପାଇଁ ଆସିପାରନ୍ତି। ଫିଲ୍ମ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ତୁଳା: କୌଣସି କାମ ସଂପୂର୍ଣ୍ଣ କରିବା ଲାଗି ନିଜ ଉପରେ ଭରସା ରଖି ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। କଲେଜ ସାଙ୍ଗ ସହିତ ସମୟ ଅତିବାହିତ କରିବେ।

ବିଛା: ପରିବାରର କୌଣସି ଦାୟିତ୍ବ ଆପଣଙ୍କ ପାଖକୁ ଆସିବ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଛାତ୍ରୀଙ୍କର ଲେଖାପଢ଼ାରେ ମନ ଲାଗିବ।

ଧନୁ: ନିଜର ଶକ୍ତିକୁ ବ୍ୟର୍ଥ ହେବାକୁ ଦିଅନ୍ତୁ ନାହିଁ। କାମ ସକାରାତ୍ମକ ରୂପେ ସଂପୂର୍ଣ୍ଣ ହେବ। କୌଣସି ବଡ଼ ସମାଧାନ କରିବା ପୂର୍ବରୁ ଭଲଭାବେ ବିଚାର କରିନିଅନ୍ତୁ।

ମକର: ତର୍କ ବଳରେ କାହାରିକୁ ବି ନିଜ କଥାରେ ସହମତ କରାଇନେବେ। ଧନଲାଭର ଅବସର ପାଇବେ। କାରବାରରେ ନୂଆ ଲୋକଙ୍କ ସହିତ ସଂପର୍କ ହେବ।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। ସବୁ ଅଧୁରା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ବେକାରଙ୍କୁ ଚାକିରି ମିଳିପାରେ।

ମୀନ: କ୍ୟାରିୟର ସହ ଜଡ଼ିତ କୌଣସି ମାମଲାର ସମାଧାନ ହେବ। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। କୌଣସି ନିକଟ ସଂପର୍କୀୟ ଆର୍ଥିକ ସହାୟତା ମାଗିବେ।

ସମ୍ବନ୍ଧିତ ଖବର