ଜାଣନ୍ତୁ ଆଜିର ରାଶିଫଳ

ମେଷ: ଇଚ୍ଛାଶକ୍ତି କମ୍ ହେତୁ ଆପଣଙ୍କୁ ମାନସିକ ଅଶାନ୍ତି ଘାରିପାରେ। ଆପଣଙ୍କର ତର୍କ ଶକ୍ତିକୁ ମଜଭୁତ କରି ରଖନ୍ତୁ। ପାରିବାରିକ ଜୀବନ ସୁଖକର ହେବ।

ବୃଷ: ପରିବାର ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ସନ୍ତାନଙ୍କ ସଫଳତା ପାଇଁ ଆପଣଙ୍କୁ ଖୁସି ମିଳିବ। ଛାତ୍ରଙ୍କୁ ନୂଆ ପ୍ରୋଜେକ୍ଟରେ କାମ କରିବାର ସୁଯୋଗ ମିଳିବ।

ମିଥୁନ: ଜରୁରୀ କାମର ଅଧିକ ପରିଶ୍ରମ କଲେ ସଂପୂର୍ଣ୍ଣ ହୋଇଯିବ। ଡାକ୍ତରଙ୍କର ଖ୍ୟାତି ସୁଦୂରପ୍ରସାରୀ ହେବ। ସମ୍ବନ୍ଧରେ ନୂତନତ୍ବ ଆସିବ।

କର୍କଟ: ଦିନଟି ଆପଣଙ୍କ ଲାଗି ଆନନ୍ଦ ଉଲ୍ଲାସଭରା ରହିବ। ଅଧିକ ସଫଳତା ପାଇବା ପାଇଁ ପ୍ରୟାସ ଜାରି ରଖନ୍ତୁ। କଣ୍ଠଶିଳ୍ପୀଙ୍କ ଲାଗି ଭଲ ଦିନଟିଏ।

ସିଂହ: କୌଣସି କଥା ନେଇ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଆଗକୁ ବଢ଼ିବାରେ ବାଧା ଆସିବ। ବ୍ୟର୍ଥ କଥାଠୁଁ ନିଜକୁ ଦୂରରେ ରଖନ୍ତୁ।

କନ୍ୟା: ସମୟ ରଚାନାତ୍ମକ କାର୍ଯ୍ୟରେ ଲଗାଇପାରନ୍ତି। ଜୀବନସାଥୀ ସହିତ ଅଧିକ ସମୟ ଅତିବାହିତ କରିବେ। ଛାତ୍ରଛାତ୍ରୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କୁ ଉତ୍ତମ ଅବସର ମିଳିବ। ଶତ୍ରୁ ଓ ବିରୋଧୀମାନେ କ୍ଷତି କରିପାରନ୍ତି। ଜୀବନସାଥୀଙ୍କ ସହ ଲାଗିରହିଥିବା ମନୋମାଳିନ୍ୟ ଦୂର ହୋଇଯିବ।

ବିଛା: ସକାରାତ୍ମକ ଭାବନାର ସହାୟତା ନିଅନ୍ତୁ। ଲୋକମାନଙ୍କ ସହିତ ଖୋଲା ମନରେ କଥା ହୁଅନ୍ତୁ। ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ।

ଧନୁ: ବିଶେଷ ବ୍ୟକ୍ତିଙ୍କ ଠାରୁ ଶୁଭ ଖବର ପାଇବେ। ବେକାରଙ୍କ ଲାଗି ରୋଜଗାରର ସୁଯୋଗ ରହିଛି। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ ରହିବ।

ମକର: ପୁଞ୍ଜି ବଜାରରେ ଆପଣଙ୍କୁ ଲାଭ ମିଳିବ। ନିଜ କାମରେ ଯାତ୍ରା ଆପଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

କୁମ୍ଭ: ସାହସ ଓ ବିଚାର କ୍ଷମତା ଆପଣଙ୍କୁ ଅନ୍ୟମାନଙ୍କ ଠାରୁ ଭିନ୍ନ ଅନୁଭବ କରାଇବ। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ।

ମୀନ: ଅନ୍ୟମାନଙ୍କ ସହ ଆପଣଙ୍କର ଭଲ ତାଳମେଳ ରହିବ। ଆପଣଙ୍କର ସବୁ କାମ ସହଜରେ ସଂପୂର୍ଣ୍ଣ ହୋଇଯିବ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ।

ସମ୍ବନ୍ଧିତ ଖବର