ଜାଣନ୍ତୁ ଆଜିର ରାଶିଫଳ

ମେଷ: କୌଣସି ଜରୁରୀ କାମରେ ଦୂରସ୍ଥାନକୁ ଯିବେ। ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରି କରନ୍ତୁ। ନୂଆ ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରିନିଅନ୍ତୁ।

ବୃଷ: ଧୈର୍ଯ୍ୟ ଧରି କାମ କରନ୍ତୁ, ସଫଳତା ଓ ଲାଭ ମିଳିବ। ପରିବାର ଭିତରେ ଉତ୍ତମ ବୁଝାମଣା ରହିବ। ବିଦେଶରେ ଥିବା ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।

ମିଥୁନ: ଗମ୍ଭୀରତାର ସହ ପ୍ରୟାସ କଲେ ସଫଳ ହେବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଆତ୍ମୀୟସ୍ବଜନଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

କର୍କଟ: ମନ ଅଶାନ୍ତି ମୁକ୍ତ ରହିବ। ନୂଆ କାମରେ ରୁଚି ବଢ଼ିବ। ଆଇନଜୀବୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ହେବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ସମସ୍ୟା ସୃଷ୍ଟି ହୋଇପାରେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। କଳା ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କୁ ଯଥେଷ୍ଟ ଲାଭ ହେବ।

କନ୍ୟା: ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ଆସିବ। ଅଫିସରେ କୌଣସି ବଡ଼ ଡିଲ୍ ହୋଇପାରେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ତୁଳା: ଆପଣ ନିଜର କ୍ଷମତା ବଳରେ ଯଥେଷ୍ଟ ଲାଭ ପାଇବେ। ଜମି ସମସ୍ୟା ସମାପ୍ତ ହୋଇଯିବ। ସରକାରୀ ଚାକିରିଆ ଖୁସି ଖବର ପାଇବେ।

ବିଛା: ଚାକିରି ପରିବର୍ତ୍ତନ ପାଇଁ ଭାବୁଥିବା ଲୋକଙ୍କ ଲାଗି ଦିନଟି ଭଲ। ନିଜର ଖୁସି ବାଣ୍ଟନ୍ତୁ, ମନ ପ୍ରସନ୍ନ ରହିବ। ଜୀବନସାଥୀ ସହିତ ସ୍ବାଦିଷ୍ଠ ଭୋଜନ କରିବେ।

ଧନୁ: ପୂର୍ବରୁ କରିଆସୁଥିବା କାମ ସଂପୂର୍ଣ୍ଣ ହେବ। ଅଫିସରେ ନିଜର ଭାଷାଶୈଳୀ ପ୍ରତି ଧ୍ୟାନ ଦିଅନ୍ତୁ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

ମକର: ଆପଣଙ୍କର ଶକ୍ତିର ସ୍ତର ଉଚ୍ଚା ରହିବ। କୌଣସି ଅଜଣା ବ୍ୟକ୍ତିଙ୍କ ସହ ସଂପର୍କ ହେବ ଯାହାଙ୍କ ମାଧ୍ୟମରେ ଭବିଷ୍ୟତରେ ଲାଭ ପାଇବେ। ଜମି ବିକ୍ରିରୁ ଲାଭ ହେବ।

କୁମ୍ଭ: ସମସ୍ୟାର ସମାଧାନ ପାଇଁ ପାଖ ବନ୍ଧୁଙ୍କ ପରାମର୍ଶ ନିଅନ୍ତୁ। ଅଫିସରେ କର୍ତ୍ତୃପକ୍ଷଙ୍କ ଠାରୁ କଡ଼ା କଥା ଶୁଣି ପାରନ୍ତି। ନୂଆ କାମରେ ରୁଚି ବଢ଼ିବ।

ମୀନ: କାରବାରରେ ବିସ୍ତାର କରିବେ। କୌଣସି ସମାରୋହରେ କାହାରି ସହିତ ସଂପର୍କ ଗଢ଼ିବେ। କର୍ମଜୀବୀ ମହିଳାଙ୍କର ଅଫିସରେ ଉନ୍ନତି ହେବ।

ସମ୍ବନ୍ଧିତ ଖବର