ଜାଣନ୍ତୁ ଆଜିର ରାଶିଫଳ

ମେଷ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ଜୀବନରେ ଉନ୍ନତି ପାଇଁ ନୂଆ ସୁଯୋଗ ପାଇବେ। କଳାକାରଙ୍କ ପାଇଁ ଦିନଟି ଅନୁକୂଳ। ଆପଣଙ୍କ ପ୍ରତିଭାରୁ ଲୋକଙ୍କୁ ପ୍ରେରଣା ମିଳିବ।

ବୃଷ: ଏଭଳି ବ୍ୟକ୍ତିଙ୍କ ସହ ମିଶିବେ ଯାହାଙ୍କ ଦ୍ବାରା ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ। ବ୍ୟବସାୟ ପାଇଁ ନୂଆ ଅବସର ମିଳିପାରେ। ସନ୍ତାନଙ୍କ ସଫଳତାରେ ଖୁସି ହେବେ।

ମିଥୁନ: ଇଚ୍ଛାଶକ୍ତି ଆପଣଙ୍କୁ ଅସ୍ଥିର କରିପାରେ। କୌଣସି ବଡ଼ ନିଷ୍ପତ୍ତି ତରବରିଆ ଭାବେ ନିଅନ୍ତୁ ନାହିଁ। ବ୍ୟବସାୟକୁ ନେଇ ଭଲ ଖବର ଆସିପାରେ।

କର୍କଟ: କୌଣସି ବ୍ୟକ୍ତି ଆପଣଙ୍କ ଜୀବନରେ ଖୁସି ଓ ଉତ୍ସାହ ଭରିଦେବେ। ପୁରୁଣା ସମସ୍ୟାର ସମାଧାନ ହୋଇଯିବ। ମହିଳାଙ୍କୁ ଭଲ ଚାକିରିର ସୁଯୋଗ ମିଳିବ।

ସିଂହ: ଆପଣଙ୍କ ଭାବନା ଯଥେଷ୍ଟ ସକାରାତ୍ମକ ରହିବ। ଅଫିସ ଆଲୋଚନାରେ ମତ ରଖିବାର ସୁଯୋଗ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ।

କନ୍ୟା: ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଫିଲ୍ମ ଉଦ୍ୟୋଗରେ କାମ କରୁଥିବା ବ୍ୟକ୍ତି ନୂଆ ଶିକ୍ଷାଲାଭ କରିବେ। ପାରିବାରିକ କାମ ସଂପୂର୍ଣ୍ଣ ହୋଇଯିବ।

ତୁଳା: ଧୈର୍ଯ୍ୟ ଧରି ରହିଲେ ଆପଣଙ୍କୁ ଆରାମ ମିଳିପାରେ। ନିର୍ଦ୍ଧାରିତ ସମୟ ମଧ୍ୟରେ ସବୁ କାମ ସମାପ୍ତ ହୋଇଯିବ। ମହିଳାଙ୍କୁ ଜିନିଷ କିଣିବାରେ ଲାଭ ହେବ।

ବିଛା: ଅଫିସରେ କୌଣସି କାମ ସଂପୂର୍ଣ୍ଣ କରିବା ପାଇଁ ତରତର ହୁଅନ୍ତୁନାହିଁ। ଭାଷା ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ।

ଧନୁ: ଘର ସଫାସୁତୁରା ରଖନ୍ତୁ, ସୁଖ ସମୃଦ୍ଧି ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ସୁଯୋଗ ମିଳିପାରେ। ବିରୋଧୀମାନେ କ୍ଷତି କରିବା ଲାଗି ଅସଫଳ ପ୍ରୟାସ କରିବେ।

ମକର: ଉନ୍ନତି ପାଇଁ ନୂଆ ଅବସର ପାଇବେ। ଜୀବନସାଥୀଙ୍କ ସହଯୋଗରେ ପରିବାରର ବିବାଦ ସମାଧାନ କରିନେବେ। ଶିକ୍ଷାର୍ଥୀଙ୍କର ଲେଖାପଢ଼ାରେ ମନ ଲାଗିବ।

କୁମ୍ଭ: ଆପଣଙ୍କ ମନରେ ନୂଆ ବିଚାର ସୃଷ୍ଟି ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ଯାନବାହନ କିଣିବା ଲାଗି ଆଗ୍ରହ ବଢ଼ିବ। କଥାବାର୍ତ୍ତା ବେଳେ ସଂଯମ ରଖନ୍ତୁ।

ମୀନ: ଆପଣଙ୍କ ମନକୁ ସକାରାତ୍ମକ ରଖନ୍ତୁ। ଅଫିସରେ ଅବ୍ୟବସ୍ଥା ଦୂର ହୋଇଯିବ। ବ୍ୟବସାୟୀଙ୍କୁ ପରିଶ୍ରମର ଫଳ ମିଳିବ।

ସମ୍ବନ୍ଧିତ ଖବର