ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୁରୁଣା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ହେବ। ମାଲିକ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।

ବୃଷ: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଲାଭ ହେବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଜମି ଓ ବାହାନ କିଣିବା ଲାଗି ଦିନଟି ଭଲ।

ମିଥୁନ: ଲାଗିରହିଥିବା ଚିନ୍ତା ସମାପ୍ତ ହେବ। ଅନ୍ତରଙ୍ଗ ବନ୍ଧୁ ସହ ଭୋଜନ କରିବେ। ଜରୁରୀ କାମ ନିର୍ଦ୍ଧାରିତ ସମୟ ଭିତରେ ସଂପୂର୍ଣ୍ଣ କରନ୍ତୁ।

କର୍କଟ: ଆପଣ ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବନ୍ଧୁ ସହିତ ମନାନ୍ତର ହେବ। ଘରୋଇ ଜିନିଷ କିଣିବାରେ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି।

ସିଂହ: ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଅନ୍ୟମାନଙ୍କ ସହ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ। କ୍ରିକେଟ ଖେଳାଳିଙ୍କ ଲାଗି ଦିନଟି ଶୁଭ।

କନ୍ୟା: ସକାରାତ୍ମକ ଭାବନା ସଫଳତା ଆଡ଼କୁ ଆଗେଇ ନେବ। ଲୋକେ ସହଯୋଗର ହାତ ବଢ଼ାଇବେ। ଅଫିସରେ ଆପଣଙ୍କ ପାଖରେ ଅଧିକ କାମ ରହିବ।

ତୁଳା: ବାପା ଓ ଭାଇଙ୍କର ସାହାଯ୍ୟ ପାଇବେ। କୌଣସି ନୂଆ କାମ କରିପାରନ୍ତି। ଚାକିରିଜୀବୀଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

ବିଛା: ନୂଆ ଯୋଜନା ତିଆରି ଲାଗି ଭଲ ଦିନଟିଏ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ବପୂର୍ଣ୍ଣ।

ଧନୁ: ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ।

ମକର: ଆପଣଙ୍କର ସ୍ବଭାବ ପରିବେଶକୁ ମଜାଦାର କରିବେ। ବିଶେଷ କାର୍ଯ୍ୟ ଅତିଶୀଘ୍ର କରିଦେବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ମନ୍ଦିର ଯାଆନ୍ତୁ, ମନର ଆଶା ପୂରଣ ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ଚାକିରିର ସୁଯୋଗ ମିଳିବ।

ମୀନ: କ୍ୟାରିୟରରେ ପରିବର୍ତ୍ତନ ଲାଗି ଦିନଟି ଶୁଭ। କାରବାରରେ ବକେୟା ଅର୍ଥ ପାଇବେ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ ହେବ।

ସମ୍ବନ୍ଧିତ ଖବର