ଜାଣନ୍ତୁ ଆଜିର ରାଶିଫଳ

ମେଷ: ନିଜ କ୍ୟାରିୟର ସମ୍ବନ୍ଧରେ ଚିନ୍ତା କରିବେ। ବିବାଦଠୁଁ ଦୂରରେ ରୁହନ୍ତୁ। ପରିବାର ସହ ଭଲ ସମ୍ବନ୍ଧ ବଜାୟ ରଖିବାକୁ ଚେଷ୍ଟା କରିବେ। ଉଦର ପୀଡ଼ା ଅନୁଭବ କରିପାରନ୍ତି।

ବୃଷ: ପ୍ରତ୍ୟେକ କାର୍ଯ୍ୟ ସହଜରେ ସଂପୂର୍ଣ୍ଣ କରିପାରିବେ। ଅଧିକାରୀ ଆପଣଙ୍କ ମତ ପସନ୍ଦ କରିବେ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ହସଖୁସିରେ ସମୟ କାଟିବେ।

ମିଥୁନ: ଆଜି ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀ ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କର୍କଟ: ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ। ଅଫିସ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଘରର ପରିବେଶ ଭଲ ରହିବ।

ସିଂହ: ସାରାଦିନ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ବଡ଼ ବ୍ୟବସାୟ ଗୋଷ୍ଠୀରେ ମିଶିପାରନ୍ତି। ଚାକିରିଆଙ୍କର ଆୟ ବୃଦ୍ଧି ହେବ।

କନ୍ୟା: ଘରେ ପୂଜାପାଠର ଆୟୋଜନ କରିପାରନ୍ତି। ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଏମ.ବି.ଏ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ତୁଳା: ପୂଜାପାଠରେ ଧ୍ୟାନ ଲଗାନ୍ତୁ, ଶୁଭଫଳ ପାଇବେ। ଜୀବନସାଥୀ ସହ ଲାଗି ରହିଥିବା ମନୋମାଳିନ୍ୟ ଦୂର ହୋଇଯିବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ।

ବିଛା: ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କାରବାରରେ ଲାଭ ହେବ। ସନ୍ଧ୍ୟାରେ ପରିବାର ସହିତ ସମୟ ଅତିବାହିତ କରିବେ।

ଧନୁ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଉନ୍ନତି ପାଇଁ ନୂଆ ପଥ ଦୃଷ୍ଟିଗୋଚର ହେବ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ।

ମକର: କୌଣସି ସାମାଜିକ କାର୍ଯ୍ୟ କରିପାରନ୍ତି। ସହଯୋଗୀଙ୍କ ବିଶ୍ବାସ ହାସଲ କରିବା ପାଇଁ ଚେଷ୍ଟା କରନ୍ତୁ। ପାରିବାରିକ ସମ୍ବନ୍ଧରେ ସାମଞ୍ଜସ୍ୟ ବଜାୟ ରହିବ।

କୁମ୍ଭ: ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଅନୁକୂଳ।

ମୀନ: ଦୀର୍ଘ ଦିନର ଆଶା ପୂରଣ ହେବ। ଆପଣଙ୍କୁ ଲାଭ ପାଇଁ କୌଣସି ସୁଯୋଗ ମିଳିବ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଆରାମଦାୟକ ରହିବ।

ସମ୍ବନ୍ଧିତ ଖବର