ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଦିନଚର୍ଯ୍ୟାରେ ପରିବର୍ତ୍ତନ ଆସିବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣ ପ୍ରଭାବିତ ହେବେ। ଆପଣଙ୍କ କାମରେ ନିରନ୍ତରତା ବଜାୟ ରହିବ।

ବୃଷ: ପ୍ରତ୍ୟେକ କାମରେ ସାବଧାନତା ଅବଲମ୍ବନ କରନ୍ତୁ। କଥା ହେବାବେଳେ ବାଣୀ ଉପରେ ସଂଯମ ରଖନ୍ତୁ। ନିଜର ଆର୍ଥିକ ସ୍ଥିତି ଉପରେ ଧ୍ୟାନ ଦିଅନ୍ତୁ।

ମିଥୁନ: ଆପଣଙ୍କର ବ୍ୟକ୍ତିଗତ କଥା କାହାରିକୁ କୁହନ୍ତୁ ନାହିଁ। ଦାମ୍ପତ୍ୟ ଜୀବନରେ ମନାନ୍ତର ହୋଇପାରେ। ମହିଳାମାନେ ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

କର୍କଟ: ସନ୍ଧ୍ୟାରେ କୌଣସି ବନ୍ଧୁ ସହ ଦୀର୍ଘ ସମୟ କଥା ହେବେ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ।

ସିଂହ: ଅଫିସରେ କାମ ସଂପୂର୍ଣ୍ଣ କରିବା ପାଇଁ ଅଧିକ ସମୟ ଲାଗିବ। ଧନଲାଭର ଅବସର ପାଇବେ। ଆପଣଙ୍କୁ ଘରର କୌଣସି ଦାୟିତ୍ବ ମିଳିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

କନ୍ୟା: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆଣିବା ଲାଗି ଯୋଜନା କରିବେ। ସ୍ବାସ୍ଥ୍ୟ ପାଇଁ ସତର୍କ ରୁହନ୍ତୁ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ତୁଳା: ଜୀବନରେ ଲାଗି ରହିଥିବା ସମସ୍ୟାର ସମାଧାନ ପାଇବେ। ପିଲାମାନଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

ବିଛା: ଆପଣ କୌଣସି ପ୍ରକାର ଜିଦ କରନ୍ତୁ ନାହିଁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। କୌଣସି ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇବେ।

ଧନୁ: ସ୍ବାସ୍ଥ୍ୟ ଭଲ ରହିବ। ଆପଣଙ୍କୁ ବଡ଼ ପ୍ରସିଦ୍ଧି ମିଳିପାରେ। କୌଣସି ବଡ଼ ବ୍ୟବସାୟ ଗୋଷ୍ଠୀରେ ମିଶି ପାରନ୍ତି। ଛାତ୍ର ବାପାଙ୍କର ସାହାଯ୍ୟ ନେବେ।

ମକର: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପୁରୁଣା ବନ୍ଧୁ ସହ ସାକ୍ଷାତ ହେବ। ବେପାରରେ ଲାଭ ହେବ।

କୁମ୍ଭ: ଅଫିସରେ ବାକି କାମ ସଂପୂର୍ଣ୍ଣ କରିବାରେ ବ୍ୟସ୍ତ ରହିବେ। ବ୍ୟବସାୟ ଆରମ୍ଭ କରିବା ଲାଗି ଭଲ ଦିନଟିଏ। ଗୃହିଣୀମାନେ ଘର ସଫାରେ ବ୍ୟସ୍ତ ରହିବେ।

ମୀନ: ଆପଣ ସୁସ୍ଥ ସବଳ ଅନୁଭବ କରିବେ। ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ପ୍ରେମୀଯୁଗଳ ବୁଲିଯିବା ପାଇଁ ଯୋଜନା କରିବେ।

ସମ୍ବନ୍ଧିତ ଖବର