ମେଷ: ବ୍ୟବହାରରେ ପରିବର୍ତ୍ତନ ଆଣିବା ଲାଗି ଭଲ ଦିନଟିଏ। କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ହେବ। ଅଫିସରେ କୌଣସି ନୂଆ ଦାୟିତ୍ବ ପାଇପାରନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାମ କରିବା ସମୟରେ ଆପଣଙ୍କ ସମ୍ମୁଖକୁ ନୂଆ ଚାଲେଞ୍ଜ ଆସିବ। ବିବେକ ପ୍ରୟୋଗ କରି ସବୁ କିଛି ହାସଲ କରିନେବେ। ପ୍ରସାଧନ ଦୋକାନିଙ୍କର ଉନ୍ନତି ହେବ।
ମିଥୁନ: ବାଟରେ ଯିବାବେଳେ କୌଣସି ବନ୍ଧୁ ସହିତ ଦେଖା ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ ରହିବ।
କର୍କଟ: ଆପଣଙ୍କ କଥା କହିବା ଶୈଳୀ ପାଇଁ ଲୋକପ୍ରିୟତା ବୃଦ୍ଧି ହେବ। କୌଣସି ଛୋଟିଆ ସୁଯୋଗ ଆପଣଙ୍କୁ ଧନୀ କରାଇବ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।
ସିଂହ: ଅଫିସରେ ଆପଣଙ୍କୁ ସାବଧାନ ରହିବାକୁ ହେବ। କଠିନ ପରିସ୍ଥିତିରେ ବନ୍ଧୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଜୀବନସାଥୀଙ୍କ ପ୍ରତି ବ୍ୟବହାର ବଦଳାନ୍ତୁ।
କନ୍ୟା: ଦିନଟି ଆପଣଙ୍କ ଲାଗି ବହୁତ ଭଲ। ବଡ଼ରୁ ବଡ଼ ସମସ୍ୟାର ସମାଧାନ ବାହାରିବ। ଆପଣଙ୍କ କନ୍ୟା ଲାଗି ବିବାହ ପ୍ରସ୍ତାବ ଆସିବ।
ତୁଳା: ଦରକାରୀ ଲୋକଙ୍କ ସହ ସାକ୍ଷାତ ହେବ। ସବୁ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ଜମିରେ ନିବେଶ ପାଇଁ ଭଲ ଦିନଟିଏ।
ବିଛା: କଂପାନିରେ ଚାକିରି କରୁଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ବନ୍ଧୁ ମାଧ୍ୟମରେ ଅଶାନ୍ତିର ସମାଧାନ ବାହାରିବ। ବିବାହ କରିବା ପାଇଁ ନିଷ୍ପତ୍ତି ନେଇପାରନ୍ତି।
ଧନୁ: ବ୍ୟବସାୟୀ ନିଜର ଜରୁରୀ କାଗଜପତ୍ର ସମ୍ଭାଳି କରି ରଖନ୍ତୁ। କମିସନି କାରବାର କରୁଥିବା ଲୋକ ଟିକେ ସାବଧାନ ରୁହନ୍ତୁ। ଜୀବନସାଥୀଙ୍କୁ ଅଧିକ ସମୟ ଦେବେ।
ମକର: ସ୍କୁଲ ଜୀବନର ସାଙ୍ଗ ସହ ଆପଣଙ୍କର ଭେଟ ହେବ। କୌଣସି କାମ ପାଇଁ ବଡ଼ ନିଷ୍ପତ୍ତି ନେବେ। ଜୀବନସାଥୀଙ୍କ ସହ ବ୍ୟବସାୟ ବିଷୟରେ କଥା ହୋଇପାରନ୍ତି।
କୁମ୍ଭ: ସାମାଜିକ କାର୍ଯ୍ୟ କରିବା ଲାଗି ଦିନଟି ଭଲ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ହେବ। ଘରୋଇ କଂପାନିରେ ଚାକିରି ମିଳିପାରେ।
ମୀନ: ବ୍ୟବସାୟୀ କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଅଫିସରେ ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବେ। ମନୋରଂଜନ କାର୍ଯ୍ୟରେ ଖର୍ଚ୍ଚ କରିବେ।