ଜାଣନ୍ତୁ ଆଜିର ରାଶିଫଳ

ମେଷ: ପୁରୁଣା ବନ୍ଧୁ ସହ ଭେଟ ହେବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ବାପାଙ୍କ ସହଯୋଗରେ ଜରୁରୀ କାମ ସଂପୂର୍ଣ୍ଣ ହୋଇଯିବ।

ବୃଷ: କାମରେ ସ୍ଥିରତା ବଜାୟ ରହିବ। ଜୀବନସାଥୀଙ୍କ ପରାମର୍ଶ ନିଅନ୍ତୁ, ଲାଭ ହେବ। ଅଧିକାରୀମାନଙ୍କ ସହ ଜରୁରୀ ପ୍ରସଙ୍ଗରେ ଆଲୋଚନା କରିବେ।

ମିଥୁନ: ଶିକ୍ଷକଙ୍କ ଲାଗି ଦିନଟି ବହୁତ ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଓକିଲ କୌଣସି ମକଦ୍ଦମା ଜିଣିବେ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ଉନ୍ନତି କରିବେ। କୋର୍ଟ କଚେରି ମାମଲା ଆପଣଙ୍କ ସପକ୍ଷରେ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

ସିଂହ: ପରିବାର ଲୋକଙ୍କ ସହ ଅଧିକ ସମୟ ଅତିବାହିତ କରିବେ। ଅନ୍ୟମାନଙ୍କ ସମସ୍ୟାରେ ଆପଣ ବିଚଳିତ ହୋଇପାରନ୍ତି। ରାଜନେତା ଲାଗି ଦିନଟି ଭଲ ରହିବ।

କନ୍ୟା: ଅଫିସରେ ବଡ଼ ଅଧିକାରୀମାନଙ୍କର ସହଯୋଗ ପାଇବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ। ଜୀବନସାଥୀଙ୍କ ସହ ସିନେମା ଦେଖିବାର ଯୋଜନା କରିବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପୂର୍ବ ପରିଚୟରୁ ଲାଭ ହେବ। ବଡ଼ ଭାଇ ଭଉଣୀଙ୍କ ସହଯୋଗରେ କାମ ଆରମ୍ଭ କରନ୍ତୁ, ସଫଳତା ପାଇବେ। ବିବାହିତଙ୍କ ଲାଗି ଦିନଟି ଉତ୍ତମ।

ବିଛା: କୌଣସି ବନ୍ଧୁ ଅଚାନକ ଘରକୁ ଆସିପାରନ୍ତି। କୌଣସି କାମ କରିବା ପୂର୍ବରୁ ଅଭିଭାବକଙ୍କ ସହ ପରାମର୍ଶ କରନ୍ତୁ। ବେକାରଙ୍କୁ ରୋଜଗାର ମିଳିବ।

ଧନୁ: ଅଧିକାରୀମାନଙ୍କ ନିକଟରେ ସାବଧାନ ରହନ୍ତୁ। ଅଯଥା ବିବାଦଠୁଁ ଦୂରରେ ରୁହନ୍ତୁ। ଆମଦାନି ବୃଦ୍ଧି ହୋଇପାରେ। ସ୍ବାସ୍ଥ୍ୟରେ ସୁଧାର ହେବ।

ମକର: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଅଚାନକ ଧନଲାଭ ହେବ। ଘ‌ରେ ଖୁସିର ପରିବେଶ ରହିବ।

କୁମ୍ଭ: ବ୍ୟବସାୟୀଙ୍କୁ ଉନ୍ନତି ଲାଗି ସୁଯୋଗ ମିଳିବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ। ଛାତ୍ରଛାତ୍ରୀମାନେ ସହପାଠୀ ଓ ଶିକ୍ଷକଙ୍କର ପୂର୍ଣ୍ଣ ସହଯୋଗ ପାଇବେ।

ମୀନ: ଘରୋଇ କାମରେ ବ୍ୟସ୍ତତା ବଢ଼ିପାରେ। ବେପାରରେ ଲାଭ ହେବ। ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ।

ସମ୍ବନ୍ଧିତ ଖବର