ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ଯୋଜନାବଦ୍ଧ ଭାବେ କାମ କରିବେ। ରେସ୍ତୋରାଁ ମାଲିକଙ୍କର ଧନ ବୃଦ୍ଧି ହେବ। ସଂପର୍କୀୟଙ୍କ ଠାରୁ ଭଲ ଖବର ଶୁଣିବେ।

ବୃଷ: ପରିବାରରେ ଆନନ୍ଦ ଉଲ୍ଲାସର ପରିବେଶ ରହିବ। ଲୋକେ ଆପଣଙ୍କ ସ୍ବଭାବ ଦ୍ବାରା ପ୍ରଭାବିତ ହେବେ। ବ୍ୟବସାୟୀଙ୍କୁ ଉନ୍ନତି ପାଇଁ ଭଲ ସୁଯୋଗ ମିଳିବ।

ମିଥୁନ: ବନ୍ଧୁଙ୍କ ଠାରୁ ଆପଣ ଆର୍ଥିକ ସାହାଯ୍ୟ ପାଇବେ। କିଣାବିକା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ଠାରୁ କୌଣସି କାମ ପାଇଁ ପରାମର୍ଶ ନେଇ ପାରନ୍ତି।

କର୍କଟ: ବନ୍ଧୁଙ୍କ ଠାରୁ ଉତ୍ତମ ପରାମର୍ଶ ପାଇବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଆପଣଙ୍କୁ ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ।

ସିଂହ: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଭରିରହିବ। ବେପାରରେ ଲାଭ ହେବାର ଆଶା। କର୍ମଜୀବୀ ମହିଳାଙ୍କର ଦରମା ବଢ଼ିପାରେ। ଦାମ୍ପତ୍ୟ ଜୀବନ ସୁଖଦ ହେବ।

କନ୍ୟା: ଚାକିରିଆଙ୍କ ଲାଗି ଦିନଟି ଅନୁକୂଳ। ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ଛାତ୍ରଛାତ୍ରୀଙ୍କର ପାଠପଢ଼ାରେ ମନ ଲାଗିବ।

ତୁଳା: ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା‌ ଯୋଗ ରହିଛି। ଅଧୁରା କାମ ପୂରା ହେବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଜୀବନସାଥୀଙ୍କ ପସନ୍ଦର କୌଣସି ଉପହାର ଦେବେ।

ବିଛା: ବାପା ମାଆଙ୍କ ସହ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ବଡ଼ ସୁବିଧା ମିଳିବା ଯୋଗୁଁ ଧନଲାଭ ହେବ। ଜୀବନସାଥୀ ସହ ସାମଞ୍ଜସ୍ୟ ବଜାୟ ରହିବ।

ଧନୁ: ଜୀବନରେ ଲାଗି ରହିଥିବା କଷ୍ଟର ନିବାରଣ ହେବ। ଜରୁରୀ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ପରିବାରରେ ଶାନ୍ତିଦାୟକ ପରିବେଶ ରହିବ।

ମକର: ଆପଣ କୌଣସି ଭଲ ଖବର ପାଇବେ। ଜୀବନସାଥୀଙ୍କ ସହଯୋଗ ମିଳିବା ଯୋଗୁଁ ମନରେ ଉତ୍ସାହ ବଢ଼ିବ। ଛାତ୍ରମାନେ ଲେଖାପଢ଼ାରେ ମନୋଯୋଗ ଦିଅନ୍ତୁ।

କୁମ୍ଭ: କୌଣସି କାମରେ ଲାଗି ରହିଥିବା ଅବରୋଧ ଦୂର ହୋଇଯିବ। ରାଜନୀତିରେ ସଫଳତା ପାଇବେ। ପରିବାରରେ ଉତ୍ସବ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ।

ମୀନ: ବନ୍ଧୁ ସହ ତର୍କବିତର୍କ ହୋଇପାରେ। ଜୀବନସାଥୀଙ୍କ ସହଯୋଗରେ କାମ ସଂପୂର୍ଣ୍ଣ ହୋଇଯିବ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ।

ସମ୍ବନ୍ଧିତ ଖବର