ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ବ୍ୟବହାର ଟିକେ ପରିବର୍ତ୍ତନ କରନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ବୃଷ: ଇଂଜିନିୟର ନିଜର ଅଭିଜ୍ଞତାର ଠିକ୍ ପ୍ରୟୋଗ କରିବେ। ବିବାହିତଙ୍କ ଜୀବନରେ ପ୍ରସନ୍ନତା ରହିବ। ଆୟ ବୃଦ୍ଧି ଲାଗି ନୂଆ ଯୋଜନା ତିଆରି କରିବେ।

ମିଥୁନ: ଦାମ୍ପତ୍ୟ ସମ୍ବନ୍ଧକୁ ଉତ୍ତମ କରିବା ଲାଗି ଚେଷ୍ଟା କରନ୍ତୁ। ବ୍ୟବସାୟ ଲାଗି ଦିନଟି ଅନୁକୂଳ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ।

କର୍କଟ: ବେପାରରେ ପୁଞ୍ଜି ନିବେଶ କରନ୍ତୁ, ଲାଭ ହେବ। ପରିବାରରେ ବିବାଦ ହୋଇପାରେ। କଳାକ୍ଷେତ୍ରରେ ଥିବା ଲୋକମାନେ ସମ୍ମାନିତ ହେବେ।

ସିଂହ: ପାରିବାରିକ ସ୍ତରରେ ଖୁସି ବଢ଼ିବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ଚାକିରିଆଙ୍କର ଦରମା ବଢ଼ିପାରେ।

କନ୍ୟା: କୌଣସି କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଶୁଭ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

ତୁଳା: ନୂଆ କାର୍ଯ୍ୟରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ରହିଛି। ସନ୍ଧ୍ୟାରେ ପରିବାର ସହିତ ଅଧିକ ସମୟ ଅତିବାହିତ କରିବେ।

ବିଛା: ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। କଳାକ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନ ମିଳିବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ।

ଧନୁ: ପୂଜାପାଠରେ ଅଧିକ ସମୟ ବିତିବ। ପରିବାରରେ ପରିବେଶ ଶାନ୍ତିଦାୟକ ରହିବ। ରାଜ୍ୟ ବାହାରେ ବ୍ୟବସାୟ କରିବାକୁ ଚାହୁଁଥିଲେ କିଛି ଦିନ ଅପେକ୍ଷା କରନ୍ତୁ।

ମକର: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକ ଅଧିକ ଯାଆସ କରିବେ। ଜୀବନସାଥୀଙ୍କ ସହ ତର୍କବିତର୍କ ହୋଇପାରେ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ଅଫିସ କାମ ପୂରା କରିବା ପାଇଁ ଅଧିକ ସମୟ ଲାଗିବ। ସହକର୍ମୀଙ୍କ ସହ ବଚସା ହୋଇପାରେ। ଓକିଲ ପୁରୁଣା ମକଦ୍ଦମାରେ ବିଜୟ ଲାଭ କରିବେ।

ମୀନ: ସନ୍ଧ୍ୟାରେ କୌଣସି ଧର୍ମ ଚର୍ଚ୍ଚାରେ ଅଂଶଗ୍ରହଣ କରିବେ। ଫାଇନ୍ ଆର୍ଟସ୍ ଛାତ୍ରଙ୍କ ଲାଗି ଦିନଟି ଭଲ। ପ୍ରେମିକ ପ୍ରେମିକା ତର୍କ କରନ୍ତୁ ନାହିଁ।

ସମ୍ବନ୍ଧିତ ଖବର