ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣ ନିଜକୁ ଗର୍ବରେ ପରିପୂର୍ଣ୍ଣ ଅନୁଭବ କରିବେ। କାର୍ଯ୍ୟକ୍ଷେତ୍ରରେ ଆହ୍ବାନର ସାମନା କରିବାରେ ସକ୍ଷମ ହେବେ। ଅଫିସରେ କେହି ଆପଣଙ୍କ ପ୍ରତି ଆକର୍ଷିତ ହେବେ।

ବୃଷ: ଜୀବନସାଥୀଙ୍କ ସହ ତୀର୍ଥସ୍ଥାନକୁ ଯିବାର ଯୋଜନା କରିବେ। ବେପାର ବିଷୟରେ ମନରେ ନୂଆ ବିଚାର ଆସିବ। କଲେଜ ଜୀବନର ପ୍ରିୟବନ୍ଧୁ ସହ ଭେଟ ହୋଇପାରେ।

ମିଥୁନ: ଭାଗ୍ୟର ପୂରା ସହଯୋଗ ପାଇବେ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କର ପ୍ରଶଂସା କରିବେ। ପାର୍ଟଟାଇମ୍ କାମ ଖୋଜୁଥିବା ବ୍ୟକ୍ତିଙ୍କୁ ଭଲ ସୁଯୋଗ ମିଳିବ।

କର୍କଟ: ଆପଣଙ୍କର ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଜରୁରୀ କାମରେ ଭାଇ ଭଉଣୀଙ୍କର ସହଯୋଗ ପାଇବେ। ପ୍ରସାଧନ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ସିଂହ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। କୌଣସି ଦିଗରୁ ଆଶାଠୁଁ ଅଧିକ ଧନଲାଭ ହେବ। ଘରକୁ ଅଚାନକ କୌଣସି ବନ୍ଧୁ ଆସିପାରନ୍ତି।

କନ୍ୟା: ଆପଣଙ୍କୁ କୌଣସି କାମ ପାଇଁ ସମ୍ମାନିତ କରାଯିବ। ବେପାରୀ ବର୍ଗଙ୍କୁ ଧନଲାଭର ସୁଯୋଗ ମିଳିବ। ମହିଳାଙ୍କୁ କୌଣସି ଘରୋଇ ସଂସ୍ଥାରେ ଚାକିରି ମିଳିପାରେ।

ତୁଳା: ନିଜକୁ ବଦଳାଇବା ପାଇଁ ଦିନଟି ଭଲ। ଭବିଷ୍ୟତ ପାଇଁ ଆୟ ବୃଦ୍ଧିର ଯୋଜନା କରିବେ। କୌଣସି ଜରୁରୀ କାମରେ ବଡ଼ ଭାଇ ଭଉଣୀଙ୍କର ସାହାଯ୍ୟ ପାଇବେ।

ବିଛା: ଅଫିସରେ ଆଖପାଖ ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। କାରବାର ସମ୍ବନ୍ଧୀୟ ଯାତ୍ରା ଯୋଗ ରହିଛି। ରାଜନୀତିରେ ଆର୍ଥିକ ଲାଭ ହେବ। ଲେଖକଙ୍କ ବିଚାରକୁ ସମ୍ମାନ ମିଳିବ।

ଧନୁ: ନୂଆ କାମରେ ଧ୍ୟାନ ଲଗାଇବେ। କୌଣସି ନୂଆ ଚୁକ୍ତି କରିବା ପୂର୍ବରୁ ଭାବିଚିନ୍ତି ଆଗକୁ ବଢ଼ନ୍ତୁ। ଶିକ୍ଷକଙ୍କ ଲାଗି ସଫଳତାର ଦିନଟିଏ। ଦାମ୍ପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ।

ମକର: ସାହାଯ୍ୟକାରୀ ଲୋକଙ୍କ ସହ ସାକ୍ଷାତ ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିପାରେ। ଆପଣଙ୍କ ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ।

କୁମ୍ଭ: ଜୀବନସାଥୀଙ୍କ ଠାରୁ ପୂରା ସହଯୋଗ ପାଇବେ। ବେପାରରେ ଅଚାନକ ଧନଲାଭର ଅବସର ମିଳିବ। ଛାତ୍ରଙ୍କର ବନ୍ଧୁ ସହ ମିଳାମିଶା ବଢ଼ିବ।

ମୀନ: ଦିନଟି ଆପଣଙ୍କ ଲାଗି ଖୁସି ଭରା ରହିବ। ଅଫିସ ପରିବେଶ କାମର ଗତି ଦ୍ରୁତ କରିବ। ବେପାରରେ ଆପଣଙ୍କର ସଫଳତା ସୁନିଶ୍ଚିତ ହେବ।

ସମ୍ବନ୍ଧିତ ଖବର