ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ କାମ ଅଧିକ କରିବା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। ନିଷ୍ପତ୍ତି ନେବା କଠିନ ହୋଇପାରେ।

ବୃଷ: କାର୍ଯ୍ୟକ୍ଷେତ୍ରରେ ଭଲ କାମ କରିବାକୁ ଚେଷ୍ଟା କରିବେ। ଅଚାନକ ଧନଲାଭ ହେବ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ।

ମିଥୁନ: ଆପଣଙ୍କୁ ପରିବାରରେ ଦାୟିତ୍ବ ତୁଲାଇବାକୁ ପଡ଼ିବ। ବନ୍ଧୁ ସହଯୋଗରେ ଯୋଜନା ସଫଳ ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

କର୍କଟ: ଆପଣଙ୍କର ମନପସନ୍ଦ କଂପାନିରୁ ସାକ୍ଷାତକାର ପାଇଁ ଡାକରା ଆସିପାରେ। ଧର୍ମକାର୍ଯ୍ୟରେ ଆସ୍ଥା ବଢ଼ିବ। ବ୍ୟବସାୟ କାମରେ ଅନ୍ୟ ରାଜ୍ୟକୁ ଯାଇପାରନ୍ତି।

ସିଂହ: ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। କୌଣସି ରଚନାତ୍ମକ କାମରେ ଆପଣଙ୍କର ନାମ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ବଜାୟ ରହିବ।

କନ୍ୟା: ଇଂଜିନିୟରଙ୍କ ଲାଗି ଦିନଟି ଲାଭଦାୟକ। ବିବାଦଠୁଁ ଦୂରରେ ରୁହନ୍ତୁ। ମହିଳାମାନେ ଜିନିଷ କିଣିବା ଲାଗି ସହରକୁ ଯାଇପାରନ୍ତି।

ତୁଳା: ସ୍ବାସ୍ଥ୍ୟ କର୍ମୀଙ୍କୁ ପ୍ରଶଂସା ମିଳିବ। ବିଶେଷ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଜୀବନସାଥୀଙ୍କ ସହ ଲାଗି ରହିଥିବା ମନାନ୍ତର ଦୂର ହୋଇଯିବ।

ବିଛା: ଅନ୍ୟମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ବଡ଼ ଭାଇ ଭଉଣୀଙ୍କର ପୂରା ସହଯୋଗ ମିଳିବ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ।

ଧନୁ: ଆର୍ଥିକ ଚିନ୍ତା ଆପଣଙ୍କୁ ଅସ୍ଥିର କରିପାରେ। କିଛି କାମରେ ଅଧିକ ସମୟ ଲାଗିବ। ଛାତ୍ରଛାତ୍ରୀ ପାଠପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ମକର: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କୋର୍ଟ କଚେରି ମାମଲାରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। କାମ ସହଜରେ ସଂପୂର୍ଣ୍ଣ ହୋଇଯିବ।

କୁମ୍ଭ: ଆର୍ଥିକ ସ୍ଥିତି ପରିବର୍ତ୍ତନ ହୋଇପାରେ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। କୌଣସି ଶୁଭ ଖବର ପାଇବେ।

ମୀନ: ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ। ମହିଳାମାନେ ଘରୋଇ ଉଦ୍ୟୋଗ ଆରମ୍ଭ କରିବା ଲାଗି ଦିନଟି ଭଲ। ଯୁବକଙ୍କୁ ଚାକିରି ମିଳିପାରେ।

ସମ୍ବନ୍ଧିତ ଖବର