ଜାଣନ୍ତୁ ଆଜିର ରାଶିଫଳ

ମେଷ: ଶାରୀରିକ ଓ ମାନସିକ ଦୃଷ୍ଟିରୁ ସୁସ୍ଥ ଅନୁଭବ କରିବେ। ଜୀବନସାଥୀ ଆପଣଙ୍କ ପ୍ରଦର୍ଶନରେ ପ୍ରଭାବିତ ହେବେ। ବଜାରରେ ଅଟକିଥିବା ପଇସା ମିଳିପାରେ। ବିଦ୍ୟାର୍ଥୀମାନେ ଶୁଭ ଖବର ପାଇବେ। ଶୁଭରଙ୍ଗ: ଘିଅରଙ୍ଗ। ଆରାଧନା: ମାଆ ତାରିଣୀ।

ବୃଷ: କୌଣସି କାମରେ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ସ୍ଥିତି ସାମାନ୍ୟ ରହିବ। ଭୂସ˚ପତ୍ତି ମାମଲାର ବଡ଼ ଫଇସଲା ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଟିକେ ସଚେତନ ରହନ୍ତୁ। ଶୁଭରଙ୍ଗ: ଗୋଲାପୀ। ଆରାଧନା: ମାଆ ଭଦ୍ରକାଳୀ।

ମିଥୁନ: ଆଜି ଆପଣ ନୂଆ ବିଚାରରେ ପରିପୂର୍ଣ୍ଣ ହୋଇପାରନ୍ତି। କୌଣସି ବିଶେଷ କାର୍ଯ୍ୟ କରିବେ। ଧନପ୍ରାପ୍ତିର ପ୍ରବଳ ଯୋଗ ରହିଛି। ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମ୍ମାନିତ ହୋଇପାରନ୍ତି। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ଶ୍ରୀଗଣେଶ।

କର୍କଟ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କିଛି ଲୋକ ଆପଣଙ୍କ ରାୟ ନେବେ। ବ୍ୟବସାୟରେ ଆଗକୁ ବଢ଼ିବା ଲାଗି ନୂଆ ସୁଯୋଗ ମିଳିବ। ମହିଳାଙ୍କୁ ଆଜି ସୁନ୍ଦର ଉପହାର ମିଳିବ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

ସି˚ହ: କାର୍ଯ୍ୟ କ୍ଷେତ୍ରରେ କିଛି ପରିବର୍ତ୍ତନ ଆଣିବା ଲାଗି ଭାବି ପାରନ୍ତି। ଜୀବନସାଥୀଙ୍କ ସହଯୋଗରେ ଆଗକୁ ବଢ଼ିବାର ରାସ୍ତା ଖୋଲିବ। ପିଲା ଦିନର ସାଙ୍ଗଙ୍କ ପ୍ରୀତିଭୋଜନକୁ ଯାଇପାରନ୍ତି। ଶୁଭରଙ୍ଗ: ଫିକା ହଳଦିଆ। ଆରାଧନା: ମାଆ ତାରିଣୀ।

କନ୍ୟା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। ଆପଣଙ୍କ ପ୍ରତିଷ୍ଠା ଲାଗି ଅବସର ମିଳିବ। ବ୍ୟବସାୟରେ ଆଶାଜନକ ପରିଣାମ ପାଇବେ। ମହିଳାଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ। ଶୁଭରଙ୍ଗ: ଧଳା। ଆରାଧନା: ମାଆ ଦୁର୍ଗା।

ତୁଳା: ଦିନଟି ଆପଣଙ୍କ ପାଇଁ ଖୁସିର ସନ୍ଦେଶ ନେଇ ଆସିଛି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ମଜଭୁତ ହେବ। ଅଧିକାରୀବର୍ଗ ଆପଣଙ୍କ କଥା ଉପରେ ଧୢାନ ଦେବେ। ରାଜନୀତିରେ ସଫଳତା ପାଇବେ। ଶୁଭରଙ୍ଗ: ଧଳା। ଆରାଧନା: ବାବା ଆଖଣ୍ତଳମଣି।

 

 

 

 

ବିଛା: ଧର୍ମକର୍ମ କରନ୍ତୁ ଲାଭ ମିଳିବ। ସ˚ପର୍କୀୟଙ୍କ ସାହାଯ୍ୟରେ ଆପଣଙ୍କ କାମ ପୂରା ହେବ। ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହେବ। ଛାତ୍ରୀମାନେ ପଢ଼ିବା ଲେଖିବାରେ ଅଧିକ ସମୟ ଦେବେ। ଶୁଭରଙ୍ଗ: କ୍ରୀମ୍‌। ଆରାଧନା: ମାଆ କାଳୀଯାଈ।

ଧନୁ: ପ୍ରଭୁଙ୍କୁ ଦର୍ଶନ କରନ୍ତୁ। ଆପଣଙ୍କର ମନୋକାମନା ପୂରା ହେବ। ନୂଆ କାମ ନୂଆ କୌଶଳରେ କରିବାକୁ ଚେଷ୍ଟା କରିବେ। ନେତାଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ଶୁଭରଙ୍ଗ: ଲାଲ। ଆରାଧନା: ସନ୍ତୋଷୀମାତା।

ମକର: ଦିନଟି ଆପଣଙ୍କ ଲାଗି ଠିକ୍‌ଠାକ୍‌ ରହିବ। ବ୍ୟବସାୟରେ ନୂଆ ଉପାୟ ଗ୍ରହଣ କରନ୍ତୁ ଲାଭ ହେବ। ବିଦେଶରେ ଚାକିରି ଲାଗି ପ୍ରୟାସ କରି ଆସୁଥିବା ବ୍ୟକ୍ତିଙ୍କୁ ଶୁଭ ସ˚କେତ ମିଳିପାରେ। ଶୁଭରଙ୍ଗ: ଧଳା। ଆରାଧନା: ସୂର୍ଯ୍ୟଦେବ।

କୁମ୍ଭ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। ଆପଣଙ୍କ ଯୋଜନାକୁ ଆଗକୁ ବଢ଼ାଇବା ଲାଗି ଭାବିବେ। ନାରାଜ ଥିବା ବନ୍ଧୁଙ୍କୁ ମନାଇବାରେ ସଫଳ ହେବେ। ଲେଖାପଢ଼ାରେ ସାଥୀଙ୍କ ସାହାଯ୍ୟ ମିଳିବ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ମୀନ: ନେତୃତ୍ବ କରିବାର କ୍ଷମତା ରଙ୍ଗ ଆଣିବ। ନୂଆ ମାନଦଣ୍ତ ସ୍ଥାପିତ କରିବେ। କୌଣସି କାମରୁ ଆପଣଙ୍କୁ ଆଶାଠୁଁ ଅଧିକ ଧନଲାଭ ହେବ। ସନ୍ତାନଙ୍କ କ୍ୟାରିଅର ସମ୍ବନ୍ଧରେ ମହତ୍ବପୂର୍ଣ୍ଣ ନିଷ୍ପତ୍ତି ନେବେ। ଶୁଭରଙ୍ଗ: ନୀଳ। ଆରାଧନା: ମାଆ ଦୁର୍ଗା।

ସମ୍ବନ୍ଧିତ ଖବର