ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ କାମ ମନମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଉପଯୋଗୀ ବସ୍ତୁ ଉପହାର ଦେବେ। ଛାତ୍ରଛାତ୍ରୀ ଭବିଷ୍ୟତ ଲାଗି ଯୋଜନା କରିବେ।

ବୃଷ: ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ଅନ୍ୟମାନଙ୍କ ମାମଲାରେ ଦଖଲ ଦିଅନ୍ତୁ ନାହିଁ। ଖର୍ଚ୍ଚ ବୃଦ୍ଧି ହେବ। କଳା କ୍ଷେତ୍ରରେ ରୁଚି ବଢ଼ିବ।

ମିଥୁନ: ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ଅଫିସରେ ଆପଣଙ୍କୁ ସହକର୍ମୀ ସହଯୋଗ କରିବେ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ପରିବାର ସହିତ ଅଧିକ ସମୟ କାଟିବେ। କୌଣସି ବନ୍ଧୁ ମିଶିବା ପାଇଁ ଆସିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ଆର୍ଥିକ ସ୍ଥିତି ଭଲ ରହିବ।

ସିଂହ: ବ୍ୟବସାୟରେ ଲାଗି ରହିଥିବା ସମସ୍ୟାର ସମାଧାନ କରିନେବେ। ଭ୍ରମଣ ସୁଖଦ ରହିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କନ୍ୟା: କୌଣସି କାମ ସଂପୂର୍ଣ୍ଣ କରିବା ଲାଗି ଯୋଜନା ତିଆରି କରିବେ। ଦାମ୍ପତ୍ୟ ସମ୍ବନ୍ଧ ସୁଖରେ ପୂର୍ଣ୍ଣ ରହିବ। ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।

ତୁଳା: ବ୍ୟାବସାୟିକ ଲାଭରୁ ଆର୍ଥିକ ସ୍ଥିତି ଭଲ ରହିବ। ଅଫିସରେ ଅଧିକାରୀ ଆପଣଙ୍କୁ ପ୍ରଶଂସା କରିବେ। ବାହନ କିଣିବା ଲାଗି ମନ ବଳିବ।

ବିଛା: ନୂଆ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଅପବ୍ୟୟ ହ୍ରାସ କରିବାକୁ ଚେଷ୍ଟା କରନ୍ତୁ।

ଧନୁ: ପରିବାରରେ କୌଣସି କଥାକୁ ନେଇ ସମସ୍ତେ ଏକମତ ହୋଇପାରନ୍ତି। ଜୀବନସାଥୀଙ୍କୁ ଭଲ ଉପହାର ଦେଇପାରନ୍ତି। ଛାତ୍ରଛାତ୍ରୀ କିଛି ନୂଆ ଶିକ୍ଷାଲାଭ କରିବେ।

ମକର: ଅଧିକ କ୍ରୋଧରୁ ନିବୃତ୍ତ ରୁହନ୍ତୁ। ଜମିରେ ନିବେଶ ଲାଗି ଦିନଟି ଭଲ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ଦିନଟି ଲାଭପ୍ରଦ ରହିବ। କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ।

ମୀନ: ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ। ଖର୍ଚ୍ଚ ବଢ଼ିପାରେ।

ସମ୍ବନ୍ଧିତ ଖବର