ଜାଣନ୍ତୁ ଆଜିର ରାଶିଫଳ

ମେଷ: ମେଷ: ଆପଣଙ୍କ ସହିତ ସବୁ କିଛି ଭଲ ହେବ। ନିଜର ଶକ୍ତିକୁ ଭଲ କାମରେ ଲଗାଇ ପାରନ୍ତି। ଯୋଜନା ବଳରେ ନିଜ କ୍ୟାରିୟରରେ ସକାରାତ୍ମକ ପରିବର୍ତ୍ତନ ଆଣିପାରନ୍ତି।

ବୃଷ: ଦୀର୍ଘ ଦିନର ବାକି କାମ ସମାପ୍ତ କରିବାରେ ସଫଳ ହେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ବଢ଼ିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ଆପଣଙ୍କ ମନ ସାମାଜିକ କାର୍ଯ୍ୟ ଆଡ଼କୁ ଢଳି ରହିବ। କୌଣସି ଧାର୍ମିକ ଆୟୋଜନକୁ ଯିବାର ଅବସର ପାଇବେ। ଘର ଖର୍ଚ୍ଚ ବଢ଼ିପାରେ।

କର୍କଟ: ବିଶେଷ କାମରେ ସଫଳତା ହାସଲ କରିବେ। ଜୀବନସାଥୀ ଆପଣଙ୍କ ନିଷ୍କପଟତା ଦେଖି ପ୍ରଭାବିତ ହେବେ। ନିଜର ସାମର୍ଥ୍ୟ ଓ ଶକ୍ତି ପାଇଁ ସୁନାମ ଅର୍ଜନ କରିବେ।

ସିଂହ: ସବୁ କାମ ମନ ମୁତାବକ ପୂରା ହୋଇଯିବ। ସପରିବାର ବାହାରକୁ ବୁଲି ଯାଇପାରନ୍ତି। ନିଜର ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। କିଛି ସାଙ୍ଗ ସହିତ ମତଭେଦ ହୋଇପାରେ।

କନ୍ୟା: ବନ୍ଧୁ ସହ ବୁଲି ଯିବାର ଯୋଜନା କରିବେ। ଧନଲାଭ ପାଇଁ କୌଣସି ନୂଆ ଉତ୍ସ ପ୍ରାପ୍ତ ହୋଇପାରେ। ଜୀବନସାଥୀ ସହ ଭଲ ତାଳମେଳ ବଜାୟ ରହିବ।

ତୁଳା: ଅଧୁରା କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ। ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ।

ବିଛା: କାରବାରରେ ଯଥେଷ୍ଟ ଲାଭ ପାଇବେ। ପାରିବରିକ କାମ ପାଇଁ ଅଧିକ ଯାଆସ କରିବାକୁ ପଡ଼ିପାରେ। ଘରକୁ ବନ୍ଧୁ ଆସି ପାରନ୍ତି। ନୂଆ ଯୋଜନା ତିଆରି କରିବେ।

ଧନୁ: ଆପଣଙ୍କର ସବୁ ସମସ୍ୟାର ସମାଧାନ ବାହାରିବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଘରକୁ ବନ୍ଧୁମାନଙ୍କର ଯିବାଆସିବା ଲାଗି ରହିବ।

ମକର: ପ୍ରିୟ ବନ୍ଧୁ ସହ ରାସ୍ତାରେ ଦେଖାହେବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବେପାର‌ରେ କିଛି ଅଭିଜ୍ଞ ବ୍ୟକ୍ତିଙ୍କ ସହ ମିଶିବାର ମଉକା ପାଇବେ।

କୁମ୍ଭ: ଘରକୁ ବନ୍ଧୁ ଆସିବେ। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଉନ୍ନତିରେ ବାଧା ଆସିପାରେ। ଅଯଥା କଥାଠୁଁ ଦୂରରେ ରୁହନ୍ତୁ।

ମୀନ: ନିଜ ସାମର୍ଥ୍ୟ ବଳରେ କାମ ପୂରା କରିନେବେ। ଅଚାନକ ଧନଲାଭ ହେବ। ଦାମ୍ପତ୍ୟ ଜୀବନରେ ସାମଞ୍ଜସ୍ୟ ଭଲ ରହିବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧିତ ଖବର