publive-imageମେଷ: ଜରୁରୀ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ଲୋକମାନଙ୍କୁ ନିଜ କଥାରେ ସହମତ କରାଇନେବେ। ପାରିବାରିକ ଜୀବନ ସୁଖମୟ ହେବ।

Advertisment

publive-imageବୃଷ: ଭ୍ରମଣ ସୁଖଦ ରହିବ। ବେପାରୀବର୍ଗଙ୍କୁ ଅଚାନକ ଧନଲାଭ ହେବ। କୌଣସି ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆପଣଙ୍କୁ ଖୁବ୍ ଖୁସି ଅନୁଭବ ହେବ।

publive-imageମିଥୁନ: ସନ୍ଧ୍ୟା ପୂର୍ବରୁ କୌଣସି ଶୁଭ ଖବର ପାଇବେ। ପ୍ରିୟବନ୍ଧୁ ସହ ଫୋନରେ ଦୀର୍ଘ ସମୟ କଥା ହେବେ। ଆପଣଙ୍କ ଉପହାର ପାଇ ଜୀବନସାଥୀ ଖୁସି ହେବେ।

publive-imageକର୍କଟ: ଆପଣଙ୍କୁ ପରିଶ୍ରମର ଫଳ ମିଳିବ। ଅଫିସରେ ସହକର୍ମୀ ସହଯୋଗର ହାତ ବଢ଼ାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

publive-imageସିଂହ: ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ହୋଇପାରେ। ସମସ୍ୟା ସମାଧାନର ଉପାୟ ଶୀଘ୍ର ମିଳିପାରେ। ଉନ୍ନତି ଲାଗି ନୂଆ ରାସ୍ତା ଖୋଲିବ।

publive-imageକନ୍ୟା: ଆପଣଙ୍କ ଉପରେ କାମର ବୋଝ ଅଧିକ ରହିପାରେ। କାମରେ ଅଭିଜ୍ଞଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହୋଇପାରେ। କାରବାରରେ ଆପଣଙ୍କୁ ଲାଭ ହେବ।

publive-imageତୁଳା: ଭାଗ୍ୟୋନ୍ନତି ଲାଗି ଅବସର ପାଇବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ହୋଇପାରନ୍ତି। କୌଣସି ପାରିବାରିକ ସମାରୋହକୁ ଯାଇପାରନ୍ତି।

publive-imageବିଛା: ଅଫିସରେ କାମ ସଂପୂର୍ଣ୍ଣ କରିବାରେ ସକ୍ଷମ ହେବେ। କ୍ୟାରିୟରରେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ। ବରିଷ୍ଠ ଓକିଲଙ୍କ ସହ ବୈଠକ କରିବାର ସୁଯୋଗ ପାଇବେ।

publive-imageଧନୁ: କୌଣସି କାମରେ ଅଧିକ ପରିଶ୍ରମ ଓ ସମୟ ଲାଗିପାରେ। ପରିବାର ଲୋକଙ୍କ ସହଯୋଗ ପାଇବେ। ସମ୍ବନ୍ଧରେ ସୁଧାର ଆଣିବା ଲାଗି ଚେଷ୍ଟା କରିବେ।

publive-imageମକର: ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। ବକେୟା ଅର୍ଥ ଫେରସ୍ତ ମିଳିପାରେ। ବ୍ୟାବସାୟିକ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

publive-image

କୁମ୍ଭ: ଆପଣଙ୍କର କୌଣସି ଯୋଜନା ନିର୍ଦ୍ଧାରିତ ସମୟ ପୂର୍ବରୁ ପୂରା ହୋଇଯିବ। ନୂଆ ଲୋକଙ୍କ ସହିତ ସାକ୍ଷାତ ହୋଇପାରେ। ଆର୍ଥିକ ମାମଲାରେ ଆପଣଙ୍କୁ ଲାଭ ହେବ।

publive-imageମୀନ: ନୂଆ ଲୋକଙ୍କ ସହିତ ହାତେ ମାପି ଚାଖଣ୍ଡେ ଚାଲନ୍ତୁ। ଆପଣଙ୍କ ସବୁ କଷ୍ଟର ନିବାରଣ ହେବ। ପେସାଦାର ବ୍ୟବସାୟୀ ବିରୋଧୀମାନଙ୍କ ପ୍ରତି ସାବଧାନ ରୁହନ୍ତୁ।