ଜାଣନ୍ତୁ ଆଜିର ରାଶିଫଳ

ମେଷ: ବେପାରରେ ପ୍ରଗତି ଉପରେ ଧ୍ୟାନ ଦେବେ। ରାଜନୀତିରେ ଲାଭ ମିଳିବାର ସୁଯୋଗ ପାଇବେ। ନୂଆ ଘର କିଣିବା ଲାଗି ଯୋଜନା କରିବେ।

ବୃଷ: କୌଣସି ଖବର ପାଇ ମନ ଅସ୍ଥିର ହୋଇପାରେ। ଧୈର୍ଯ୍ୟର ସହ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ। ନୂଆ ସୁଯୋଗ ଓ କାମ ପାଇବେ। ପ୍ରେମ ବ୍ୟାପାର ଲାଗି ଦିନଟି ଭଲ।

ମିଥୁନ: ସାରା ଦିନ ଖୁସି ମନରେ ରହିବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାନ୍ତୁ ଭବିଷ୍ୟତରେ ଲାଭ ପାଇବେ। ହଜିଥିବା ଜିନିଷର ସନ୍ଧାନ ମିଳିବ।

କର୍କଟ: ଆପଣଙ୍କର ସାମାଜିକ ସ୍ଥିତି ଭଲ ରହିବ। ଲୋକେ ଆପଣଙ୍କର ଗୁଣଗାନ କରିବେ। ବ୍ୟବସାୟରେ ନୂଆ ପ୍ରସ୍ତାବ ମିଳିବ। ସଙ୍ଗୀତ ଉପକରଣ କିଣି ପାରନ୍ତି।

ସିଂହ: କୌଣସି ଖବର ପାଇ ତୁରନ୍ତ ନିଷ୍ପତ୍ତି ନେବା କଠିନ ହେବ। ଅନ୍ୟର କଥା ଶୁଣନ୍ତୁ ହେଲେ ନିଜ ବିବେକ ଖଟାଇ କାମ କରନ୍ତୁ। ପତିପତ୍ନୀଙ୍କ ମଧ୍ୟରେ ପ୍ରେମଭାବ ବୃଦ୍ଧି ହେବ।

କନ୍ୟା: ଧର୍ମ ପୁସ୍ତକ ପଢ଼ିବାରେ ରୁଚି ବଢ଼ିବ। ଜ୍ୟୋତିଷ ବିଜ୍ଞାନର ଚର୍ଚ୍ଚା କରିପାରନ୍ତି। ପାରିବାରିକ ସଂପତ୍ତି ବିବାଦ ସମାପ୍ତ ହେବ। ବ୍ୟବସାୟରେ ନୂଆ ଦିଗ ମିଳିବ।

ତୁଳା: କିଛି ନୂଆ କାର୍ଯ୍ୟ କରିବାର ଆଶା ଉଜ୍ଜୀବିତ ହେବ। ଠିକ୍ ସମୟରେ ଉଚିତ ପଦକ୍ଷେପ ନେବେ। ଶିକ୍ଷକଙ୍କ ସହ ଉତ୍ତମ ବୁଝାମଣା ରହିବ।

ବିଛା: ଇଷ୍ଟଦେବଙ୍କ ସ୍ମରଣରେ ମନବଳ ବଢ଼ିବ। ବାପା ମାଆଙ୍କ ସେବାରେ ଭଲ ଫଳ ପାଇବେ। ଯାତ୍ରା ଲାଭଦାୟକ ହେବ। କୋର୍ଟ କଚେରି ମାମଲାରେ ବିଜୟ ଲାଭ କରିବେ।

ଧନୁ: ବିନମ୍ର ଭାବେ ମୁରବିଙ୍କ ସହ କଥାବାର୍ତ୍ତା କରନ୍ତୁ। ଚାକିରିରେ କୌଣସି ମନସ୍କାମନା ପୂରଣ ହେବ। ବ୍ୟବସାୟର ନୂଆ ପ୍ରସ୍ତାବ ଉପରେ ବିଚାର କରିବେ।

ମକର: ସାମାଜିକ ସ୍ଥିତି ମଜଭୁତ ହେବ। ବିରୋଧୀମାନଙ୍କ ସହ ଦୃଢ଼ ମୁକାବିଲା କରିବେ। ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଘରେ ଖୁସିର ବାତାବରଣ ରହିବ।

କୁମ୍ଭ: ଜୀବନକୁ ସକାରାତ୍ମକ ବନାନ୍ତୁ। ଯେଉଁ କାର୍ଯ୍ୟ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରି ବିଶ୍ରାମ କରନ୍ତୁ। ପ୍ରିୟତମଙ୍କ ଠାରୁ ଉପହାର ପାଇବେ।

ମୀନ: ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତୁ ଶୁଭଫଳ ପାଇବେ। ଖେଳାଳିମାନେ ଉତ୍ତମ ପ୍ରଦର୍ଶନ କରି ପ୍ରଶଂସିତ ହେବେ। ନୂଆ ଲୋକଙ୍କ ସହିତ ସଂପର୍କ ହେବ।

ସମ୍ବନ୍ଧିତ ଖବର