ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଜୀବନରେ ମହତ୍ତ୍ବପୂର୍ଣ୍ଣ ମୋଡ଼ ଆଣିବ। ଚାକିରିଆଙ୍କୁ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଠିକ୍ ସମୟରେ କାମ ପୂରା କରିବାକୁ ଚେଷ୍ଟା କରନ୍ତୁ।

ବୃଷ: ଆପଣଙ୍କର ପ୍ରିୟ ବନ୍ଧୁ ଆପଣଙ୍କୁ ଦେଖା କରିବାକୁ ଆସିବେ। କୌଣସି ଭଲ ଖବର ଶୁଣିବେ। ଛାତ୍ରଙ୍କର ଲେଖାପଢ଼ାରେ ବାଧା ଦୂର ହେବ।

ମିଥୁନ: ବ୍ୟବସାୟରେ ସବୁ କିଛି ଭଲ ହେବ। ଧନଲାଭର ସୁଯୋଗ ପାଇବେ। ଲୋକେ ଆପଣଙ୍କ କଥାକୁ ପୂରା ଧ୍ୟାନ ଦେବେ। ଚାକିରିରେ ଉନ୍ନତି ହେବ।

କର୍କଟ: ଆପଣ ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବାକୁ ଚେଷ୍ଟା କରିବେ। ଟଙ୍କା ପଇସାକୁ ନେଇ ଚିନ୍ତା ଦୂର ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ।

ସିଂହ: ଆପଣଙ୍କ ମନ ପ୍ରସନ୍ନ ରହିବ। ଭ୍ରମଣ ସୁଖପୂର୍ଣ୍ଣ ରହିବ। ବାଲ୍ୟବନ୍ଧୁ ସହ ଦେଖା ହୋଇପାରେ। କ୍ୟାରିୟରରେ ଆପଣଙ୍କୁ ସଫଳତା ପ୍ରାପ୍ତ ହେବ।

କନ୍ୟା: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। ଆପଣ କାମର ପୂରା ଆନନ୍ଦ ନେବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ତୁଳା: ଦରକାରୀ ଜିନିଷ କିଣିବାରେ ଅଧିକ ଖର୍ଚ୍ଚ ହୋଇପାରେ। ବାପାମାଆଙ୍କ ଆଶୀର୍ବାଦ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ସାହାଯ୍ୟ କରିବ। କବିଙ୍କର ପ୍ରଶଂସା ହୋଇପାରେ।

ବିଛା: ଅଫିସରେ ଆପଣଙ୍କୁ ମନପସନ୍ଦର କାମ ମିଳିବ। ଶିକ୍ଷାର୍ଥୀ କୌଣସି ବିଷୟକୁ ନେଇ ଅଧିକ ରୁଚି ଦେଖାଇବେ। କାରବାରରେ ଆପଣଙ୍କୁ ଲାଭ ହୋଇପାରେ।

ଧନୁ: ପୂଜାପାଠରେ ସମୟ ବିତିବ। ଜୀବନରେ ଲାଗି ରହିଥିବା ସବୁ କଷ୍ଟର ନିବାରଣ ହେବ। ଖେଳାଳିଙ୍କ ଲାଗି ଭଲ ଦିନଟିଏ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମକର: ଅଫିସରେ ସହକର୍ମୀଙ୍କ ସହଯୋଗ ପାଇପାରନ୍ତି। ଜମି ଦଲାଲଙ୍କୁ ଯଥେଷ୍ଟ ଲାଭ ହେବ। ଘର କାମରେ ଜୀବନସାଥୀଙ୍କ ସାହାଯ୍ୟ ନେଇପାରନ୍ତି।

କୁମ୍ଭ: ଜୀବନସାଥୀ ଆପଣଙ୍କୁ ଭଲ ଖବର ଶୁଣାଇବେ। ଇଂଜିନିୟରଙ୍କୁ ଯଥେଷ୍ଟ ଲାଭ ହେବ। ଜୀବନରେ ଖୁସି ବଜାୟ ରହିବ। ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ।

ମୀନ: ଆପଣ ଯାହା ବି କାମ ହାତକୁ ନେବେ ତାକୁ ସଂପୂର୍ଣ୍ଣ କରିପାରନ୍ତି। ଅବିବାହିତଙ୍କୁ କୌଣସି ସମାରୋହରେ ଜୀବନସାଥୀ ମିଳିପାରନ୍ତି। ଘରର ପରିବେଶ ଠିକ୍ ରହିବ।

ସମ୍ବନ୍ଧିତ ଖବର