ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କ ଭାବନା ଓ ବ୍ୟବହାରରେ ସମନ୍ବୟ ବଜାୟ ରଖନ୍ତୁ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ବୌଦ୍ଧିକ କ୍ଷମତା ବୃଦ୍ଧି ହେବ।

ବୃଷ: କାମରେ କୌଣସି ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

ମିଥୁନ: କୌଣସି ବିଶେଷ କାମରେ ଆପଣଙ୍କୁ ଲାଭ ହେବ। ବ୍ୟବସାୟ ସମ୍ବନ୍ଧରେ ଦିନଟି ଭଲ ରହିବ। ପ୍ରିୟ ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

କର୍କଟ: ଅଫିସ କାମରେ ବ୍ୟସ୍ତ ରହିବେ। ଆର୍ଥିକ ପକ୍ଷ ଦୁର୍ବଳ ହୋଇପାରେ। ପରିବାରିକ ମାମଲାକୁ ଅଣଦେଖା କରନ୍ତୁ ନାହିଁ। ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ସିଂହ: ପାରିବାରିକ ସମ୍ବନ୍ଧ ମଜଭୁତ ହେବ। କମ୍ ପରିଶ୍ରମରେ ନିଜର ଉଦ୍ଦେଶ୍ୟ ହାସଲ କରିନେବେ। କଳା କ୍ଷେତ୍ରରେ ଥିବା ଲୋକଙ୍କୁ ଉନ୍ନତିର ନୂଆ ରାସ୍ତା ମିଳିବ।

କନ୍ୟା: ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ବଜାୟ ରହିବ। ସନ୍ଧ୍ୟାରେ କୌଣସି ସମାରୋହ‌ରେ ସାମିଲ ହୋଇପାରନ୍ତି। ଅଚାନକ ଧନଲାଭ ହେବ।

ତୁଳା: ପାରିବାରିକ ମାମଲା ନେଇ ଆପଣଙ୍କୁ ଯାଆସ କରିବାକୁ ପଡ଼ିପାରେ। ଆର୍ଥିକ ସ୍ଥିତି ଚିନ୍ତାଜନକ ରହିବ। ଅଫିସ କାମ ମନ୍ଥର ଗତିରେ ପୂରା ହେବ।

ବିଛା: ବୃତ୍ତି ସମ୍ବନ୍ଧୀୟ କୌଣସି ବଡ଼ ଆହ୍ବାନ ଆସିବ। ଘରର ପରିବେଶ ଭଲ ରହିବ। ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବିଜ୍ଞାନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ଧନୁ: ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କର ପୂରା ସହଯୋଗ ମିଳିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ଖୁସି ରହିବେ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ରହିବ।

ମକର: ଆପଣ ଚିନ୍ତାମୁକ୍ତ ରହିବେ। ନିଜର ଲକ୍ଷ୍ୟ ହାସଲ ଲାଗି ଯୋଜନା ପ୍ରସ୍ତୁତ କରିପାରନ୍ତି। କାମରେ ନିଜ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ।

କୁମ୍ଭ: ଧୈର୍ଯ୍ୟ ଧରି ରୁହନ୍ତୁ। ସାହାଯ୍ୟକାରୀ ବ୍ୟକ୍ତିଙ୍କ ସହ ପରିଚୟ ହେବ। ବନ୍ଧୁ ସହ ସମୟ ଭଲରେ ବିତିବ। ଛାତ୍ରଙ୍କ କ୍ୟାରିୟରରେ ପରିବର୍ତ୍ତନ ହେବ।

ମୀନ: ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିପାରେ। କାମରେ ସକାରାତ୍ମକ ପରିଣାମ ପାଇବେ। ପରିବାର ସମ୍ବନ୍ଧୀୟ କୌଣସି ଭଲ ଖବର ପାଇବେ।

ସମ୍ବନ୍ଧିତ ଖବର