publive-imageମେଷ: ଆପଣଙ୍କ ମନ ସାମାଜିକ କାର୍ଯ୍ୟରେ ଲାଗିବ। ଆପଣଙ୍କୁ ନିଜ ଲୋକଙ୍କ କଥା ଖରାପ ଲାଗିପାରେ। ବିଦ୍ୟାର୍ଥୀ ଗୁରୁଙ୍କ ମାଧ୍ୟମରେ କୌଣସି ବିଷୟ ଭଲଭାବେ ବୁଝିବେ।

Advertisment

publive-imageବୃଷ: ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ପୂରା କରିଦେବେ। ଆପଣଙ୍କୁ କର୍ତ୍ତୃପକ୍ଷ ପ୍ରୋତ୍ସାହିତ କରିବେ। କ୍ୟାରିୟରରେ ନୂଆ ଅବସର ପାଇବେ।

publive-imageମିଥୁନ: ମାମୁଁ ଘରୁ କୌଣସି ଶୁଭ ଖବର ମିଳିବ। ଧାର୍ମିକ କାର୍ଯ୍ୟରେ ସହଯୋଗ କରିବେ। ଶତ୍ରୁଙ୍କୁ ପରାସ୍ତ କରିବେ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି।

publive-imageକର୍କଟ: ବିଦେଶ କଂପାନି ସହ ଚୁକ୍ତି ହେବାର ଯୋଗ ରହିଛି। ପଡ଼ୋଶୀଙ୍କ ସହ ମିଶି ସାମାଜିକ କାର୍ଯ୍ୟ କରିବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ସମ୍ମାନ ବଢ଼ିବ।

publive-imageସିଂହ: ଆର୍ଥିକ ସ୍ଥିତି ସୁଦୃଢ଼ କରିବା ଲାଗି ରଚନାତ୍ମକ କ୍ଷମତାର ପ୍ରୟୋଗ କରିବେ। ଜୀବନରେ ଅନ୍ୟମାନଙ୍କର ସହଯୋଗ ମିଳିବ। ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

publive-imageକନ୍ୟା: ଲେଖକଙ୍କର ପ୍ରଶଂସା ହେବ। କୌଣସି ବଡ଼ ପ୍ରକଳ୍ପ ସହଜରେ ସଂପୂର୍ଣ୍ଣ କରିଦେବେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ଦେଖାଦେବ।

publive-imageତୁଳା: ବାଣୀ ଉପରେ ସଂଯମ ରଖନ୍ତୁ। ସ୍ବାସ୍ଥ୍ୟରେ ଅବନତି ଦେଖାଦେବ। ଉତ୍ତମ ଫଳ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ହେ‌ବ। ବେକାରଙ୍କୁ ଚାକିରି ସୁଯୋଗ ମିଳିବ।

publive-imageବିଛା: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ମନରେ ଘୂରି ବୁଲିଥିବା ଯୋଜନାର ଲାଭ ପାଇବେ। ଚାକିରି କ୍ଷେତ୍ରରେ ଆପଣ ଅଧିକ କର୍ମଠ ରହିବେ।

publive-imageଧନୁ: ଅନ୍ୟମାନଙ୍କ ମାମଲାରେ ଦଖଲ ଦେବାରୁ ନିବୃତ୍ତ ରୁହନ୍ତୁ। ପ୍ରିୟ ବନ୍ଧୁଙ୍କ ପରାମର୍ଶ ମାନନ୍ତୁ। ପ୍ରେମୀ ଯୁଗଳଙ୍କ ଲାଗି ଭଲ ଦିନଟିଏ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

publive-imageମକର: ଆପଣଙ୍କର ସବୁ ବାକି କାମ ପୂରା ହୋଇଯିବ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ବାଣିଜ୍ୟ ଛାତ୍ରଙ୍କ ଲାଗି ଦିନଟି ଭଲ।

publive-image

କୁମ୍ଭ: ପ୍ରତ୍ୟେକ ବ୍ୟକ୍ତି ଆପଣଙ୍କୁ ମନଦେଇ ଶୁଣିବେ। ମନରେ ଉତ୍ସାହ ରହିବ। କାରବାରରେ ଲାଭ ହେବ। ବାହାରକୁ କାମରେ ଗଲାବେଳେ ବାହାନ ସାବଧାନତାର ସହ ଚଳାନ୍ତୁ।

publive-imageମୀନ: ଆପଣଙ୍କର ଯୋଜନା ଲୋକଙ୍କୁ ଜଣାନ୍ତୁ ନାହିଁ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ଚାକିରି ବଦଳାଇବା ପାଇଁ ଭାବିବେ। ପ୍ରେମ ଜୀବନ ମଧୁର ହେବ।