ଜାଣନ୍ତୁ ଆଜିର ରାଶିଫଳ

ମେଷ: ଆପଣଙ୍କର ସବୁ କାମ ସହଜରେ ପୂରା ହେବ। ଆର୍ଥିକ ସ୍ଥିତିରେ ବଡ଼ ପରିବର୍ତ୍ତନ ହେବ। ଆପଣଙ୍କ ବ୍ୟବହାରରେ ଜୀବନସାଥୀ ପ୍ରସନ୍ନ ରହିବେ।

ବୃଷ: କୌଣସି ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ଆପଣଙ୍କୁ ଆର୍ଥିକ ମାମଲାରେ ଲାଭ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ମିଥୁନ: ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କ କାମର ପ୍ରଶଂସା ହେବ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ସ୍ଥିରତା ବଜାୟ ରହିବ।

କର୍କଟ: ଲୋକମାନଙ୍କୁ ନିଜ ଯୋଜନାରେ ସହମତ କରାଇନେବେ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ହେବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ।

ସିଂହ: ନିଜର ବ୍ୟବହାରକୁ ମାର୍ଜିତ କରିବା ଲାଗି ଚେଷ୍ଟା କରିବେ। କାର୍ଯ୍ୟ ପୂରା କରିବାରେ ପରିବାର ଲୋକଙ୍କ ସାହାଯ୍ୟ ମିଳିବ। ଶତ୍ରୁମାନେ କ୍ଷତି କରିବାରେ ବିଫଳ ହେବେ।

କନ୍ୟା: ଦୀର୍ଘ ଦିନର ସ୍ବପ୍ନ ସାକାର ହେବ। ଖର୍ଚ୍ଚ ନିୟନ୍ତ୍ରଣ କରିବା ଲାଗି ଯୋଜନା କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଠିକ୍ ରହିବ।

ତୁଳା: କୋର୍ଟ କଚେରି ମାମଲାରେ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ। ବୟୋଜ୍ୟେଷ୍ଠଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେ‌ବ। କମ୍ ପରିଶ୍ରମରେ ଲାଭର ଅବସର ପାଇବେ।

ବିଛା: ପରିଶ୍ରମ ବଳରେ କାମରେ ସଫଳତା ପାଇବେ। କୌଣସି ବାଦ ବିବାଦରେ ପଶନ୍ତୁ ନାହିଁ। ଶିକ୍ଷକଙ୍କ ଲାଗି ଦିନଟି ଲାଭଦାୟକ ରହିବ। ସୁସମ୍ବାଦ ପାଇବେ।

ଧନୁ: ଆର୍ଥିକ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାର ଲୋକଙ୍କ ସହ ଅଧିକ ସମୟ କାଟିବେ। ଅଫିସରେ କାମ ପୂରା କରିବା ଲାଗି ଆଶାଠୁଁ ଅଧିକ ପରିଶ୍ରମ କରିବେ।

ମକର: କାମ ପୂରା କରିବା ଲାଗି ବଡ଼ଙ୍କର ସାହାଯ୍ୟ ପାଇବେ। ବନ୍ଧୁଙ୍କ ପରାମର୍ଶ ବହୁତ କାମରେ ଆସିବ। କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ।

କୁମ୍ଭ: ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଭଲ ଦିନଟିଏ। ଅଫିସରେ ବଳକା କାମ ପୂରା କରିପାରିବେ। ବଜେଟକୁ ଧ୍ୟାନରେ ରଖି ଖର୍ଚ୍ଚ କରନ୍ତୁ।

ମୀନ: କାରବାରକୁ ନେଇ ଆପଣଙ୍କର ଦାୟିତ୍ବ ବଢ଼ିବ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରିବେ। କୌଣସି ଧାର୍ମିକ ଆୟୋଜନ‌ରେ ଅଂଶ ଗ୍ରହଣ କରିପାରନ୍ତି।

ସମ୍ବନ୍ଧିତ ଖବର